Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ; ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ବୋହୂ

ବଲାଙ୍ଗୀର: ପଦାକୁ ଆସିଲା ରାଜପରିବାର କଳି। ଶ୍ବଶୂର ଘର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବଲାଙ୍ଗୀର ରାଜପରିବାର ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ବୋହୂ। ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା, ‌ଯୌତୁକ ନିର୍ଯାତନା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ବୋହୂ ଅଦ୍ରିଜା।

ଏମିତିକି ଅର୍କେଶ ତାଙ୍କୁ ଯୌତୁକ ନିର୍ଯାତନା ଦେବା ସହ ମାରପିଟ ଓ ତାଙ୍କୁ ହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଗତ ୨୦୧୭ ନଭେମ୍ବର ୨୩ ତାରିଖରେ ଅଦ୍ରିଜା ଓ ଅର୍କେଶଙ୍କ ବିବାହ ହୋଇଥିଲା। ବିବାହ ପରେ ଉଭୟ ଡେରାଡୁନରେ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ ।

‌ତେବେ ଏ ଘଟଣାରେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମାଗିଛନ୍ତି ଅଦ୍ରିଜା । ଉତ୍ତରାଖଣ୍ଡ ଡିଜିପି ପୂରା ମାମଲାର ତଦନ୍ତ ଦାୟିତ୍ୱ ଡେରାଡୁନ୍ ଏ ଏସ୍‌ ପିଙ୍କୁ ଦେଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ