ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଘାଟନୀ ସମୟରେ ଅନୁଷ୍ଠାନର ପରିଚାଳନା ସମିତି ର ଉପ ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ । ଶିଶୁ ମାନଙ୍କ ଦ୍ବାରା ମୋଟ୍ ୧୦୦ ଗୋଟ ପ୍ରକଳ୍ପ ପ୍ରଦର୍ଶିତ କରା ଯାଇଥିଲା । ପୁନଶ୍ଚ ଶିଶୁ ମାନଙ୍କ ମଧ୍ୟରେ ମୂର୍ତ୍ତି କଳା , ବିଜ୍ଞାନ ପ୍ରକଳ୍ପ , ବିଜ୍ଞାନ ପ୍ରଶ୍ନମଞ୍ଚ , ବିଜ୍ଞାନ ପ୍ରୟୋଗ,ଗଣିତ ପ୍ରଶ୍ନ ମଞ୍ଚ , ଗଣିତ ପ୍ରକଳ୍ପ , ଗଣିତ ପ୍ରୟୋଗ , ସଂସ୍କୃତି ଜ୍ଞାନ , କଥା କଥନ ସମ୍ପର୍କୀତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ବିଚାରକ ଭାବରେ ଆକାଶ ବିଶ୍ବାଲ,ବିଭୁଦତ୍ତ କ୍ଷେତୀ ଏବଂ ବର୍ଷା ରାଣୀ ରଥ ରହିଥିବାବେଳେ ଦିଲ୍ଲୀପ୍ ଦାଶ୍ , ପ୍ରତୀକ୍ଷା ମାହାଣା , ମନୋରଞ୍ଜନ ଚାନ୍ଦ,ଶରତ ପୁରୋହିତ , ଉମେଶ ସାହୁ, ସୁଜାତା ଶତପଥୀ , ସନ୍ତୋଷିନୀ ସାମନ୍ତରା , ଜୟନ୍ତୀ ମିଶ୍ର , ଜଗଦ୍ଧାତ୍ରୀ ପାଣିଗ୍ରାହୀ ପ୍ରମୁଖ ବିଦ୍ୟାଳୟ ର ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍ଯାପିତ
