Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବନିର୍ମିତ ବୁଢିମା ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

ସୁବର୍ଣ୍ଣପୁର: ସୋନପୁର ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚା ରେ ନୂତନଭାବେ ନିର୍ମିତ ମାଁ ବୁଢିମା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ମହା ସମାରୋହ ରେ ପାଳନ କରାଯିବ l ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତ କାଲି ସନ୍ଧ୍ୟାରେ ଢେରାପଡା ସ୍ଥିତ ବୁଢିମା ଯୁବକ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍ଗଳିକ,ବାସୁଦେବ ପୂଜା ତଥା ଦେବନିମନ୍ତ୍ରଣ , ଭୂମିପୂଜା,ନୃସିଂହ ଯଜ୍ଞ, ବାରାହ ଓ କୃମ ଅନନ୍ତ ପୂଜାନ୍ତେ ଯଜ୍ଞଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମ ସରିଥିବାବେଳେ,ଅଙ୍କୁରାରୋପଣ,ଶୁକ୍ଲ ଦ୍ୱିତୀୟା ରବିବାର ୨୧ତାରିଖରେ କଳସାଧିବାସ ଓ ମଣ୍ଡଳବିଧାନ ସହ କଳସାନୟନ,ମଣ୍ଡପ ପୂଜାବିଧାନ ଚତୁର୍ଥୀ ଲଗ୍ନେ ଶାଖାମୂର୍ତ୍ତୀ ମହାସ୍ନାନ, ଶୁକ୍ଲପଞ୍ଚମୀ ରେ ମନ୍ଦିର ଅଧ ଉର୍ଦ୍ଧ୍ବ ଶୋଧନସହିତ ଦେବ ଦେବ ମହାଦେବ ଲିଙ୍ଗ ଓ ପାର୍ଶ୍ୱଦେବତା ମନ୍ଦିରେ ସ୍ଥାପନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ l ୨୫ତାରିଖ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଗୁରୁବାର ପୂର୍ଣ୍ଣ।ହୂତି ପୂର୍ବକ ମାଁ ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି l ପ୍ରକାଶ ଯୋଗ୍ୟଯେ ସଂପୂର୍ଣ୍ଣ ଦକ୍ଷୀଣ ଭାରତୀୟ ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ନିର୍ମାଣ ରେ ପ୍ରାୟ ୫୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ମନ୍ଦିର ମାଳିନୀ ସୁବର୍ଣ୍ଣପୁର କୁ ଆସୁଥିବା ପର୍ଯ୍ୟଟକ ଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବ ବୋଲି କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି l ଏହି ଅବସରରେ ପ୍ରତିସଂଧ୍ୟାରେ ସୁନ୍ଦରାକାଣ୍ଡ,ଭଜନ ସଂଧ୍ୟା ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ଏବଂ ଦୁଇଦିନ ଧରି ଶ୍ରଦ୍ଧାଳୁ ଙ୍କପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟି ର ସଂପାଦକ ଜନ୍ମେଜୟ ପାତ୍ର,ଉପସଭାପତି ବି.ସତ୍ୟନାରାୟଣ ରାଓ, ବୁଢିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର, ବରିଷ୍ଠ ସଭ୍ୟ ଆନନ୍ଦ ପାତ୍ର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଓ କାଉନସିଲର ରାଜକିଶୋର ରାଓ ତଥା ପଡାର ଅନେକ ସଦସ୍ୟ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ