Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗ୍ରାମରେ ସାନଭାଇ ଶଙ୍କର ନାଏକ ଙ୍କ ଟାଙ୍ଗିଆ ଚୋଟରେ ବଡଭାଇ ଆନନ୍ଦ ନାଏକ ବୟସ ୩୩ ଙ୍କୁ ଆକ୍ରମଣ କରିବାରୁ ପ୍ରଥମେ ବୌଦ୍ଧ ଜିଲ୍ଲା ଡାକ୍ତରଖାନା କୁ ନିଆ ଯାଇଥିଲା ଓ଼ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ସୁବଳୟା ପୋଲିସ ଖବର ପାଇ ବୌଦ୍ଧ ଡାକ୍ତର ଖାନାକୁ ପହଂଚି ସବଜବତ କରି ଅନୁସନ୍ଧାନ କରିବା ସହିତ ସାନଭାଇ ଶଙ୍କର କୁ ତୁରନ୍ତ ଗିରଫ କରିଥିଲେ ସୁବଳୟା ଥାନାଧିକାରୀ ସୁଶାନ୍ତ କୁମାର ପଧାନ l ସୁବଳୟା ପୋଲିସ ବୌଦ୍ଧ ଡାକ୍ତର ଖାନରେ ଶବବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି l ଘଟଣା ସ୍ଥଳରେ ବଲାଙ୍ଗୀର ଜିଲ୍ଲାର ସାଇଣ୍ଟିଫିକ ଦଳ ଓ଼ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ପହଂଚି ଛାନ ଭିନ କରି ଥୀବା ସହିତ ଶଙ୍କର କୁ ଥାନାରେ ଅଟକ ରଖି ପ୍ରକୃତ ରେ କେଉଁ ପରିସ୍ଥିତି ରେ ବଡଭାଇ କୁ ଟାଙ୍ଗିଆ ରେ ହାଣିଲା ତଦନ୍ତ କରି ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୁବଳୟା ଥାନାଅଧିକାରୀ ପ୍ରକାଶ କରିଥିବା ବେଳେ ଅଞ୍ଚଳରେ ହତ୍ୟାକାରୀ କୁ ତୁରନ୍ତ ଗିରଫ କରିଥିବାରୁ ସୁବଳୟା ପୋଲିସ କୁ ଜନସାଧାରଣ ଓ଼ ବୁଦ୍ଧିଜୀବୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ