Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସମ୍ବଲପୁରୀ ଦିନ ଓ ସମ୍ବଲପୁରୀ କବିତା ପାଠଚକ୍ର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଶୁକ୍ରବାର ସମ୍ବଲପୁରୀ ଦିନ୍ ପାଳନ ସହିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି , ଦୟାନିଧି ହୋତା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ସଦସ୍ୟ ଅକ୍ଷୟ ମିଶ୍ର ସ୍ବାଗତ କରିଥିବା ବେଳେ ଉପ ସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଭାପତିଙ୍କ ଦ୍ବାରା ସମ୍ବଲପୁରୀ ଦିନ୍ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରାଯାଇଥିଲା ଏବଂ ପରେ ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ସମ୍ବଲପୁରୀ ସାହିତ୍ୟ କୁ ଅବଦାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ କବି ଲକ୍ଷ୍ମୀନାରାୟଣ ସାହୁଙ୍କ ସଂଯୋଜନା ରେ କବି ଅନ୍ତର୍ଯ୍ୟାମୀ ରଥ, ଆନନ୍ଦ ପ୍ରଧାନ , ପୂର୍ତ୍ତି ବୁଡେକ୍ , ପ୍ରହଲ୍ଲାଦ ନାଏକ , କରୁଣାକର ଖଣ୍ଟୁଆଳ, ଅକ୍ଷୟ ରାଏ , ଜ୍ଞାନେନ୍ଦ୍ର ତ୍ରିପାଠୀ , ଦିଲ୍ଲିପ ତ୍ରିପାଠୀ , ଶୁଭ୍ରାଂଶୁ ଶେଖର ପାଢ଼ୀ , କିଶୋର ହୋତା , ରାଧେଶ୍ୟାମ ମିଶ୍ର ପ୍ରମୁଖ ସ୍ବରଚିତ ସମ୍ବଲପୁରୀ କବିତା ପାଠ କରିଥିଲେ । ଛତରା ମହାକୁର, ଦିଲ୍ଲିପ ମିଶ୍ର , ବାସୁଦେବ ପଣ୍ଡା , ତ୍ରିନାଥ ମିଶ୍ର , ଶ୍ୟାମସୁନ୍ଦର ସେଠୀ , ଅକ୍ରୂର ଦନ୍ତା , ନାରାୟଣ ପ୍ରସାଦ ନାୟକ, ଗୋପୀନାଥ ମହାକୁର , ବଳରାମ କାଣ୍ଡ , ନରେନ୍ଦ୍ର ସାହୁ, ନିତ୍ୟାନନ୍ଦ ତ୍ରିପାଠୀ , ସନ୍ତୋଷ ଷଡ଼ଙ୍ଗୀ , ରତ୍ନା ମହାକୁର , ସୁରୁ ସାହୁ , ଜୀତେନ୍ଦ୍ର ପ୍ରଧାନ , ନିରଞ୍ଜନ ସେଠୀ , ଜୟଦେବ ସାହୁ ପ୍ରମୁଖ ସହଯୋଗ କରୀଥିଲେ । ସମ୍ବଲପୁରୀ ଦିବସକୁ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରିବା ପାଇଁ ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ। କବି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ