Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗ୍ ଧମାକା; ୱାର ୨କୁ ଟକ୍କର ଦେବ କୁଲି…

ମୁମ୍ବାଇ: ହ୍ରିତିକ୍ ରୋଶନଙ୍କ ଫିଲ୍ମ ୱାର ୨ ଅଗଷ୍ଟ ୧୪ରେ ରିଲିଜ ହେବାକୁ ଥିବାବେଳେ ରଜନୀକାନ୍ତଙ୍କ ଫିଲ୍ମ କୁଲି ଏହାକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ଚଲେଇଛି। ତେବେ ଏହି ଫିଲ୍ମ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ପରସ୍ପରକୁ ଟକ୍କର ହେବା ନେଇ ସୂଚନା ମିଳିଛି।

ଅପରପକ୍ଷରେ ‘କୁଲି’ ଏବଂ ‘ୱାର ୨’ ଫିଲ୍ମର ପ୍ରମୋସନ୍ ଜୋରଦାର ଭାବରେ ଆରମ୍ଭ ହୋଇଛି। କିଛି ଦିନ ତଳେ ୱାର 2 ର ନୂତନ ଗୀତ ରିଲିଜ୍ ହୋଇଥିଲା ଯାହାକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି। ତେବେ ‘ୱାର୍ ୨’ର  ନିର୍ମାତା ହାଇଦ୍ରାବାଦରେ ଫିଲ୍ମର ପ୍ରୋମୋସନ ପାଇଁ କିଛି ଯୋଜନା କରୁଥିବା ବେଳେ ଏହାକୁ ନେଇ କୌଣସି ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ ଓ ଏଥିରେ ଜୁନିଅର ଏନଟିଆର ଏବଂ ହ୍ରିତିକ୍ ରୋଶନ ଏକାଠି ଦେଖାଯିବା ନେଇ ସୂଚନା ମିଳିଛି।

ୟଶ ରାଜ ଫିଲ୍ମସର ସ୍ପାଏ ୟୁନିଭର୍ସର ଫିଲ୍ମ ୱାର 2 ଅଟେ ଯାହାକି ୪୦୦ କୋଟି ବଜେଟରେ ନିର୍ମାଣ ହୋଇଥିବା ଜଣା ପଡ଼ିଛି ଓ ଏହା ବଲିଉଡ୍ ର ସବୁଠାରୁ ଦାମୀ ଫିଲ୍ମ ଭାବରେ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଏହି ଫିଲ୍ମ କୁ ନେଇ Cinehub ନିଜର X ରେ ଲେଖିଛି ଯେ ‘ୱାର 2’ ଫିଲ୍ମ ର IMAX ଶୋ ଅଷ୍ଟ୍ରେଲିଆରେ ମାତ୍ର କିଛି ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଇଥିଲା ଯାହାକି ସେଠାରେ ଏହି ଫିଲ୍ମ ର ସଫଳତାକୁ ଦର୍ଶାଇଛି।

ସେହିପରି କୁଲି ଫିଲ୍ମ ମଧ୍ୟ କୌଣସି ଦୃଷ୍ଟି ରୁ କମ ନୁହେଁ। ଉତ୍ତର ଆମେରିକାରେ କୁଲି ଫିଲ୍ମ ର ପ୍ରିମିୟର ଶୋ’ର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି। ତେବେ ଏହି ଫିଲ୍ମ ର ଆଗୁଆ ବୁକିଂ ୭୦୦୦୦୦ ଡଲାର ଅର୍ଥାତ୍ ୬ଲକ୍ଷ ୧୩ ହଜାର ଟଙ୍କାର ହୋଇ ସାରିଛି। କୁଲିର ପ୍ରି-ରିଲିଜ୍ ଇଭେଣ୍ଟ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ନେଇ ସୂଚନା ମିଳିଛି।
ତେବେ ରଜନୀକାନ୍ତଙ୍କୁ କୁଲି ଫିଲ୍ମ ପାଇଁ ୨୬୦ କୋଟି ଟଙ୍କା ମିଳିଥିବା ବେଳେ ହ୍ରିତିକ୍ ରୋଶନଙ୍କୁ ୱାର୍ ୨ ପାଇଁ ମାତ୍ର ୫୦ କୋଟି ଓ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଜୁନିଅର ଏନଟିଆରଙ୍କୁ ତାଙ୍କ ଠାରୁ ଅଧିକ ଟଙ୍କା ମିଳିଥିବା ଜଣାପଡ଼ିଛି।ତେବେ ଏଥିରେ କିଆରା ଆଡଭାନୀ ମଧ୍ୟ ନଜର ଆସିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ