ବୀରମହାରାଜପୁର : (ସୌମିତ୍ରି ମେହେର)
ପବିତ୍ର ଶ୍ରlବଣ ମାସ ପ୍ରତ୍ୟକ ସୋମବାର ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ ଚତୁର୍ଥ ସୋମବାର ଭଗବାନ ଶିବ ଶଙ୍କରଙ୍କ ଉପରେ ଆଧ୍ୟାତ୍ମିକ ପ୍ରବଚନ ରଖିଥିଲେ ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦର ସଭାପତି ଯୁଗଳ କିଶୋର ମିଶ୍ର । ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦର ବ୍ୟାସ ଗାୟକ ସତ୍ୟ ନାରାୟଣ ଚାନ୍ଦ, ଶଙ୍କର ମେହେର, ଦିଲ୍ଲିପ ତ୍ରିପାଠୀ, ମୀନକେତନ ମେହେର, ଯୋଗେଶ୍ବର ନାଏକ, ହୃଷିକେଶ ଦାସ,ପ୍ରମୁଖ ବାଦ୍ୟଯନ୍ତ୍ର,ପାଳିଆ ଓ ଶବ୍ଦ ଗ୍ରହଣ ରେ ସହଯୋଗ କରିଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ଦୟାନିଧି ହୋତା , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , ଜ୍ଞାନେନ୍ଦ୍ର ତ୍ରିପାଠୀ, ଶ୍ୟାମସୁନ୍ଦର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବକ୍ତା କୃଷ୍ଣଚନ୍ଦ୍ର ପାଢ଼ୀ, ପାରାୟଣ ଗାୟକ ଶ୍ରୀନିବାସ ନାୟକ , ଚମରା ମହାକୁର , ସୁରୁ ସାହୁ , ବୈକୁଣ୍ଠ ଶତପଥୀ, ପ୍ରଦୀପ ପୁରୋହିତ , ଦିଲ୍ଲିପ ମିଶ୍ର , ନିତ୍ୟାନନ୍ଦ ତ୍ରିପାଠୀ , ପୁର୍ବତନ ସମ୍ପାଦକ ବଳରାମ କାଣ୍ଡ , ପୁର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପାଢୀ, ଦାମୋଦର ମିଶ୍ର , କୃଷ୍ଣ ଚନ୍ଦ୍ର ମଲ୍ଲିକ, ରାଧେଶ୍ୟାମ ରାଏ , ବାସୁଦେବ ରଥ, ଗୋପୀନାଥ ମହାକୁର, ବାସୁଦେବ ପଣ୍ଡା, ଇନ୍ଦ୍ରଜିତ ପରୁଆ, ଅକ୍ରୂର ଦନ୍ତା , ନିତ୍ୟାନନ୍ଦ ତ୍ରିପାଠୀ ,ଜୟଦେବ ସାହୁ , ଜୀତେନ୍ଦ୍ର ପ୍ରଧାନ, ନାରାୟଣ ନାୟକଏବଂ ଅନୁଷ୍ଠାନ ର ସଦସ୍ୟ ମାନେ ଯୋଗଦାନ କରିଥିଲେ। ସଦସ୍ୟ ଭୂଷଣ କୁମାର ପାତ୍ର ସମସ୍ତ ପ୍ରବଚନ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ ।ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସଦସ୍ୟ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଶିବ କଥା ଉପରେ ସଂଘ ର ପୁର୍ବତନ ସଭାପତି ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ପାଢି , ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଭୂଷଣ କୁମାର ପାତ୍ର , ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ପ୍ରବଚନ ମାଧ୍ୟମରେ ଶିବ କଥା ଉପରେ ଆଲୋଚନା କରିଥିଲେ I ସେହିପରି ପ୍ରଥମ ସୋମବାର ରେ ସଂଗଠନ ର ବରିଷ୍ଠ ସଦସ୍ୟ ଡ. ଦ୍ଵିତୀ କୃଷ୍ଣ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ଆନ୍ନ ପ୍ରସାଦ ର ଆୟୋଜନ କରିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ସେହିପରେ ଦ୍ଵିତୀୟ ସୋମବାର ଅନୁଷ୍ଠାନ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ ଙ୍କ ତତ୍ତ୍ଵାବଧାନରେ ଅନ୍ନ ପ୍ରସାଦ ସମସ୍ତଙ୍କ ପାଇଁ ପ୍ରସ୍ତୁତ କରିଥିଲେ l ତୃତୀୟ ସୋମବାର ବରିଷ୍ଠ ସଦସ୍ୟ ଜିତେନ୍ଦ୍ର ପ୍ରଧାନ ଏବଂ ଶେଷ ତଥା ଚତୁର୍ଥ ସୋମବାର ରେ ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ କୁମାର ଷଡଙ୍ଗୀ ସମସ୍ତ ଦାୟିତ୍ବ ତଥା ଅନ୍ନ ପ୍ରସାଦ ବ୍ୟବସ୍ଥା କରିଥିଲେ l
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ଶ୍ରlବଣ ସୋମବାର ଶିବ କଥା ଉପରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ଯକ୍ରମ
