Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାନାଡାରେ ତମ୍ବା ଏବଂ ସୁନା ଖଣିର ସନ୍ଧାନ

ନୂଆଦିଲ୍ଲୀ: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ଉତ୍ତର ଅଞ୍ଚଳରେ ଥିବା ଅରୋରା ନାମକ ଏକ ଜାଗାରେ ଭୂମିଠାରୁ ମାତ୍ର ୫୯ ଫୁଟ ଗଭୀରତାରେ ତମ୍ବା ଏବଂ ସୁନାର ସନ୍ଧାନ ମିଳିଛି।

ଏହାର ଆବିଷ୍କାର ଆମର୍କ ରିସୋର୍ସେସ୍ ପ୍ରକଳ୍ପ ଅଧୀନରେ ହୋଇପାରିଛି। ଯାହାକି ଗୋଲ୍ଡେନ ଟ୍ରାଇଆଙ୍ଗଲର ଉତ୍ତର ଧାରରେ ଅବସ୍ଥିତ। ତେବେ ଜେଡି ୨୪୦୫୭ ନାମକ ଡ୍ରିଲିଂ ସ୍ଥାନରୁ ଜଣାପଡିଛି ଯେ ପ୍ରତି ଟନ୍ ପ୍ରତି ହାରାହାରି ସୁନାର ପରିମାଣ ପ୍ରାୟ ୧.୨୯ ଗ୍ରାମ ଥିବା ବେଳେ ଏହାର ମାତ୍ର ୫୯ରୁ ୧୩୧ ଫୁଟ ଗଭୀରତା ମଧ୍ୟରେ ୦.୩୮% ତମ୍ବା ମିଳିଛି।ସେହିପରି ୧୯୦ ଫୁଟ ଗଭୀରତାରେ ପ୍ରତି ଟନ୍ ପ୍ରତି ୧.୯୭ ଗ୍ରାମ ସୁନା ଏବଂ ୦.୪୯% ତମ୍ବା ଉପଲବ୍ଧ ଅଛି। ଅରୋରା ଅଞ୍ଚଳ ଟୋଡୋଗୋନ୍ ଭୋଲକାନିକ୍ ଆର୍କର ଉତ୍ତରରେ କ୍ଲାର୍କ ହ୍ରଦ ନିକଟରେ ଅବସ୍ଥିତ। ପୂର୍ବରୁ ଭୌଗୋଳିକ ପରିସ୍ଥିତି ଯୋଗୁଁ ଏଠାରେ ଖଣି ଖନନ ସମ୍ଭବ ହୋଇପାରିନଥିଲା କିନ୍ତୁ ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ପରେ ଖନନ ସମ୍ଭବପର ହୋଇପାରିବ।

ସାରା ବିଶ୍ୱରେ ବୈଦ୍ୟୁତିକ ଯାନ, ନବୀକରଣୀୟ ଶକ୍ତି ଉତ୍ସ ଏବଂ ଡାଟା ସେଣ୍ଟରଗୁଡ଼ିକର ବର୍ଦ୍ଧିତ ଚାହିଦା ଯୋଗୁଁ ୨୦୪୦ ସୁଦ୍ଧା ତମ୍ବା ବ୍ୟବହାର ବୃଦ୍ଧି ପାଇବା ନେଇ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। କମ୍ ଗଭୀରତା ମଧ୍ୟରେ ଉଚ୍ଚମାନର ଖଣିଜ ପଦାର୍ଥର ଉପସ୍ଥିତି, ଭିତ୍ତିଭୂମି ଏବଂ ଅନୁକୂଳ ବଜାର ପରିସ୍ଥିତିକୁ ଅନୁମାନ କଲେ ଏହା କାନାଡାକୁ ସବୁଠାରୁ ବଡ଼ ଖଣି ଭାବରେ ପରିଚୟ ପ୍ରଦାନ କରିବାରେ ସଫଳତା ହାସଲ କରିବା ସହ ଏହା ଦ୍ବାରା କାନାଡାର ଅର୍ଥନୀତି ମଧ୍ୟ ସୁଦୃଢ ହୋଇପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ