Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଖନପୁର ବ୍ଲକ କଂଗ୍ରେସର ସାଂଗଠନିକ ବୈଠକ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ଲକ୍ଷ୍ୟ

ଝାରସୁଗୁଡା ୫/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଆଜି କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଲଖନପୁର ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ଲିଙ୍ଗରାଜ ବଢେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦିକା ସସ୍ମିତା ପଣ୍ଡା ଯୋଗଦାନ କରି ତୃଣମୂଳ ସ୍ତରରୁ ଦଳୀୟ ସଂଗଠନକୁ ମଜବୁତ କରିବାକୁ ଗୁରୁତ୍ୱାରୋପ କରିବା ସହ ବିଗତ ଦିନର ଭେଦଭାବକୁ ଭୁଲି ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ । ସେହିଭଳି ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଗଣେଶ ରାମ ସାହୁ, ଝାରସୁଗୁଡା ଜିଲ୍ଲା ସଂଯୋଜକ ଜୀବନ ସାର୍ଥକ ଦାସ, ଜିଲ୍ଲା ସଭାପତି ସୁବ୍ରତ ପଧାନ ଅନୁରୂପ ବ୍ଲକ ସ୍ତରୀୟ କମିଟି ଗଠନ ସହିତ ତିନି ଜିଲ୍ଲା ପରିଷଦ ଜୋନ, ପଞ୍ଚାୟତ ଏବଂ ବୁଥ ସ୍ତରରେ ମଧ୍ୟ କମିଟି ଗଠନ କରିବାକୁ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସର୍ବ ସମ୍ମତି କ୍ରମେ ପ୍ରସ୍ତାବକୁ ଗୃହୀତ କରା ଯାଇଥିଲା ।
ଏଥିସହ ଦୀର୍ଘ ଦିନ ଧରି ଖାଲି ପଡିଥିବା ବ୍ଲକ କଂଗ୍ରେସ କମିଟିର ସଭାପତି ପଦବୀ ପାଇଁ କାହାକୁ କାର୍ଯ୍ୟଭାର ନ୍ୟସ୍ତ କରାଯିବ ତାଙ୍କ ନାମ ଉପସ୍ଥାପନ କରିବା ପାଇଁ ରାଜ୍ୟ ପିସିସି ସମ୍ପାଦିକା ଶ୍ରୀମତୀ ପଣ୍ଡା ଉପସ୍ଥିତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଠାରୁ ମତାମତ ଲୋଡ଼ିଥିଲେ ଏବଂ ତଦ ଅନୁସାରେ ମହେନ୍ଦ୍ର ପଧାନ ଏବଂ ନୃପଲାଲ ନାଏକ ଉଭୟଙ୍କ ମଧ୍ୟରେ କାହାକୁ ବ୍ଲକ ସଭାପତି କରାଯିବ ତାହା ରାଜ୍ୟ ସ୍ତରୀୟ କମିଟିକୁ ସୁପାରିଶ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା । ଆଜିର ବୈଠକରେ ବିହାରୀ ନାଏକ, ମହେନ୍ଦ୍ର ପଧାନ, ପୁରୁଷୋତ୍ତମ ଜୟଶ୍ୱାଳ, ରାମଚନ୍ଦ୍ର ମେହେର, ପ୍ରଦୀପ ସାହୁ, ରାଜେଶ ସିଂହ, ପ୍ରୀତମ ସିଂହ ଦେଓ, ଭାସ୍କର ପଧାନ, ଲିଙ୍ଗରାଜ ବଢ଼େଇ,ମହେଶ ପଧାନ, ଘନଶ୍ୟାମ ବାରିକ, ଆନନ୍ଦ ପଧାନ, ନୃପଲାଲ ନାଏକ, ଲିଙ୍ଗରାଜ ସାହୁ, ଲମ୍ବୋଦର ରୋହିଦାସ,ବଲ୍ଲଭ କୁମୁରା, ଅଶୋକ ଖମାରୀଙ୍କ ସମେତ ବ୍ଲକର ତିନି ଜିଲ୍ଲା ପରିଷଦ ଜୋନରୁ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ