Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘୧୨୦ ବାହାଦୁର’ରେ ଫରହାନ ଅଖତର…

ମୁମ୍ବାଇ: ଅଭିନେତା ଫରହାନ ଅଖତରଙ୍କ ଆଗାମୀ ଫିଲ୍ମ ‘୧୨୦ ବାହାଦୁର’ର ଟିଜର ରିଲିଜ୍ ହୋଇସାରିଛି। ଯେଉଁଥିରେ ସେ ପରମ ବୀର ଚକ୍ର ପୁରସ୍କାରପ୍ରାପ୍ତ ମେଜର ଶୈତାନ ସିଂହ ଭାଟିଙ୍କ ଭୂମିକାରେ ଅଭିନୟ କରୁଛନ୍ତି।

ଏହି ଫିଲ୍ମର ଟିଜରକୁ ଜୋୟା ଅଖତର ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି ଯେ ‘ଏହି ପୋଷାକ କେବଳ ସାହସ ନୁହେଁ ବରଂ ବଳିଦାନ ମଧ୍ୟ ଦେଇଥାଏ। ଏହା ନଭେମ୍ବର ୨୧ରେ ରିଲିଜ୍ ହେବା ନେଇ ମଧ୍ୟ ସେ ଘୋଷଣା କରିଛନ୍ତି।
ଫିଲ୍ମର ଟିଜରରେ ୧୯୬୨ ମସିହାରେ ଭାରତ-ଚୀନ୍ ଯୁଦ୍ଧ ସମୟରେ ୧୮ ନଭେମ୍ବରରେ କ’ଣ ଘଟିଥିଲା ତାହା ଦର୍ଶାଯାଇଛି। ଚୀନ୍ ଭାରତ ଉପରେ ଆକ୍ରମଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିଲେ ମଧ୍ୟ ଭାରତର ୧୨୦ ଜଣ ସାହସୀ ସୈନିକ କିପରି ଚୀନ କୁ କଡା ଟକ୍କର ଦେଇ ନିଜ ଦେଶ ପାଇଁ ଲଢନ୍ତି ତାହା ଏହି ଟିଜର୍ ରେ ଦେଖା ଯାଇଛି।

ତେବେ ଏହି ଫିଲ୍ମ ହେଉଛି ଏକ ସାହସିକତାର କାହାଣୀ, ଯାହା ୧୯୬୨ ଭାରତ-ଚୀନ୍ ଯୁଦ୍ଧରେ ରେଜଙ୍ଗ ଲା ଫ୍ରଣ୍ଟରେ ଲେଖାଯାଇଥିଲା। ମେଜର ଶୈତାନ ସିଂହ ଭାଟିଙ୍କ ନେତୃତ୍ୱରେ ହୋଇଥିବା ଏହି ଯୁଦ୍ଧ ଏବେ ବି ଭାରତୀୟ ସେନାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଅଛି।
ଏହି ଫିଲ୍ମ ଟିକୁ ବାସ୍ତବବାଦି କରିବା ପାଇଁ ଏହାକୁ ଲଦାଖର ଉଚ୍ଚ ପାହାଡ଼ ଉପରେ ସୁଟିଂ କରାଯାଇଛି ଯେଉଁଠାରେ ଅମ୍ଳଜାନର ଅଭାବ ଏବଂ ତାପମାତ୍ରା ପ୍ରାୟତଃ ମାଇନସ୍ ରେ ରହିଥାଏ। ତେବେ ଫିଲ୍ମ ର ଏକ ଭାଗ -୧୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ୧୪,୦୦୦ ଫୁଟ ଉଚ୍ଚତାରେ ସୁଟିଂ କରାଯାଇଥିବା ସୂତ୍ର ରୁ ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ