Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଦୁରପଙ୍କ ଏଥର ପାଳିବ ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ

ସମ୍ବଲପୁର:ଗୁରୁବାର ଦିନ ୧ ଟା ସମୟରେ ସିନ୍ଦୁରପଙ୍କ ସ୍ଥିତ କୃଷକ ଭବନ ଠାରେ ଦୁର୍ଗା ପୂଜା କମିଟି ର ଚେୟାରମେନ ଚନ୍ଦ୍ର ଶେଖର ପଣ୍ଡା ଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଶ୍ରୀ ପଣ୍ଡା କହିଛନ୍ତି ଯେ ଚଳିତ ବର୍ଷ ଦୁର୍ଗା ପୂଜା ର ରୌପ୍ୟ ଜୟନ୍ତୀ ପାଳନ କରାଯିବ। ଏଥି ପାଇଁ ଏକ ନୂତନ କମିଟି ଗଠନ କରାଯାଇଛି।ସଭାପତି ଶୁକଦେବ ନନ୍ଦି, ଉପ ସଭାପତି ପ୍ରହଲ୍ଲାଦ ସାହୁ ଓ ଜିକୁ ପତି, ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ବଳରାମ ମହାନା , କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଧର ଓ ସହ କୋଷାଧ୍ୟକ୍ଷ କପିଳାସ ସାହୁ(ପପଲୁ), ସାଂସ୍କୃତିକ ସମ୍ପାଦକ ଭାବେ ଦେବାଶିଷ ନାଥ,ଅନମୋଲ ଦାଶ, କୁମୁଦ ସାହୁ ଏବଂ ଦଶ ଜଣିଆ ଉପଦେଷ୍ଟା କମିଟି ଗଠନ କରାଯାଇଛି।ସଭାରେ ଯଥାସମ୍ଭବ ମହାଆଡମ୍ବର ଭାବେ ପାଳନ କରାଯିବ ବୋଲି ପ୍ରସ୍ତାବ ନିଆଗଲା।ଶ୍ରୀ ପଣ୍ଡା ଆଉ ମଧ୍ୟ୍ୟ କହିଛନ୍ତି ଏଥର ରୌପ୍ୟ ଜୟନ୍ତୀ ରେ ସଂସ୍କୃତିକ କାର୍ଯ୍ୟକ୍ରମ, ରାବଣ ପୋଡି ଓ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ରଖା ଯିବା ସହ ରୌପ୍ୟ ଜୟନ୍ତୀ କୁ ମହା ଆଡମ୍ବର ରେ ପାଳନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories