Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇଙ୍କୁ ହତ୍ୟା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସମ୍ପର୍କୀୟ ଭାଇଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ନିଜାମୁଦ୍ଦିନରେ ପାର୍କିଂକୁ ନେଇ ହୁମାଙ୍କ ଭାଇ ଆସିଫ୍ କୁରେଶୀଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

ଗୁରୁବାର ବିଳମ୍ବିତ ରାତିରେ ନିଜାମୁଦ୍ଦିନର ଜଙ୍ଗପୁରା ଭୋଗଲ ବଜାର ଲେନରେ ପାର୍କିଂ କରିବାକୁ ନେଇ ବିବାଦ ହୋଇଥିଲା। ଏହି ବିବାଦରେ ଅଭିଯୁକ୍ତ ଜଣକ ଆସିଫ୍ କୁରେଶୀଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଆହତ ଆସିଫଙ୍କୁ ହସ୍ପିଟାଲ ନିଆଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ସ୍ତ୍ରୀ ଏବଂ ସମ୍ପର୍କୀୟମାନେ କହିଛନ୍ତି ଯେ ଅଭିଯୁକ୍ତ ଏକ ସାମାନ୍ୟ କଥାକୁ ନେଇ ନିର୍ମମ ଭାବରେ ଏହି ଅପରାଧ କରିଛି।

ମୃତକଙ୍କ ସ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପାର୍କିଂ ବିବାଦକୁ ନେଇ ମୋ ସ୍ୱାମୀଙ୍କ ସହ ତାଙ୍କର ଝଗଡା ହୋଇଥିଲା। ମୋ ସ୍ୱାମୀ କାମରୁ ଘରକୁ ଫେରିବା ପରେ ଘର ସମ୍ମୁଖରେ ପଡ଼ୋଶୀଙ୍କ ସ୍କୁଟି ରଖାଯାଇଥିଲା, ଯାହାକୁ ସେ ପଡ଼ୋଶୀଙ୍କୁ ହଟାଇବାକୁ କହିଥିଲେ। କିନ୍ତୁ ସ୍କୁଟି ହଟାଇବା ପରିବର୍ତ୍ତେ ପଡ଼ୋଶୀ ତାଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ ଏବଂ ତାଙ୍କୁ ଏକ ଧାରୁଆ ଜିନିଷରେ ମାରିବାକୁ ଲାଗିଥିଲେ। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ