ଢେଙ୍କାନାଳ:ଓଡିଶା ରାଜ୍ୟ ବ୍ୟାଡ଼ମୀଣ୍ଟନ ସଂଘ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ବ୍ୟାଡ଼ମୀଣ୍ଟନ ହଲ ଓ ନୁଆଁ ପୋଖରୀ ବ୍ୟାଡ଼ମୀଣ୍ଟନ ହଲ ଠାରେ ରାଜ୍ୟ ସବ ଜୁନିଅର ( ୧୭ବର୍ଷ ରୁ କମ ) ବ୍ୟାଡ଼ମୀଣ୍ଟନ ରେଙ୍କିଙ୍ଗ ଟୁର୍ନାମେଣ୍ଟ ୮ ତାରିଖ ଦିନ ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପଟେଲ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ଅଗଷ୍ଟ ୮ ରୁ ୧୦ତାରିଖ ଯାଏ ତିନିଦିନ ବ୍ୟାପି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ୧୩୭ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି l ସେମାନଙ୍କର ମଧ୍ୟରୁ ୧୦୩ ପୁଅ ଓ ୩୫ ଜଣ ଝିଅ ଆଛନ୍ତି l
ଏହି ଟୁର୍ନାମେଣ୍ଟ ରେ ବିଭିନ୍ନ ବର୍ଗ ରେ ସର୍ବମୋଟ ୧୫୮ଟି ମ୍ୟାଚ ଆୟୋଜିତ ହେବ l ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ବ୍ୟାଡ଼ମୀଣ୍ଟନ ସଂଘ ର ସଭାପତି ଦୀପକ କୁମାର ଦଳାଇ, କାର୍ଯ୍ୟକାରୀ ସଭାପତି ଅମିତ ରଞ୍ଜନ ଶତପଥି, ସମ୍ପାଦକ ଟଙ୍କଧର ବେହେରା, ସଂଯୋଜକ ସୁଶାନ୍ତ କୁମାର ସାହୁ, କୋଷାଧକ୍ଷ ରଶ୍ମି ପ୍ରକାଶ ପଟ୍ଟନାୟକ, ଓଏସବିଏ ପର୍ଯ୍ୟବେକ୍ଷକ କମଳ ଦାସ, ଅଜିତ ମହାନ୍ତି, ତାରାପ୍ରସାଦ ଦାସ ତଥା ଟୁର୍ନାମେଣ୍ଟ ର ମ୍ୟାଚ ରେଫରୀ ସ୍ୱାଧୀନ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ l
ତିନିଦିନ ବ୍ୟାପି ହେବାକୁ ଥିବା ୧୫୮ ଟି ମ୍ୟାଚ କୁ ଓଏସବିଏ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦ଜଣ ଟେକ୍ନିକାଲ ଅଫିସିଆଲ ଏହି ଟୁର୍ନାମେଣ୍ଟ କୁ ପରିଚାଳନା କରୁଛନ୍ତି।
ଢେଙ୍କାନାଳ ଇଣ୍ଡୋର ହଲ ରେ ରାଜ୍ୟ ସବ ଜୁନିଅର ରେଙ୍କିଙ୍ଗ ବ୍ୟାଡ଼ମୀଣ୍ଟନ ଟୁର୍ନାମେଣ୍ଟ ଉଦଘାଟିତ
