Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠାରୁ ଯୋରନ୍ଦା ମାଘ ମେଳା, ଲାଗିବ ଶ୍ରଦ୍ଧାଳୁଙ୍କ ଭିଡ଼

ଢେଙ୍କାନାଳ: ଆଜିଠାରୁ ଆଣମ୍ଭ ହେଉଛି ଯୋରନ୍ଦା ମାଘ ମେଳା । ୨ ଦିନ ଧରି ଚାଲିବ ମେଳା । ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଚଳିତବର୍ଷ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବିଭାଗର ଅଧିକାରୀ ଓ ମହିମା ସାଧୁଙ୍କୁ ନେଇ ପୂର୍ବରୁ ବୈଠକ ସରିଥିବା ବେଳେ ଗାଦି ମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଟ ନିର୍ମାଣ କରାଯାଇଛି । ଏହି ବ୍ୟାରିକେଟ ଦେଇ ମହିମା ସାଧୂ ଓ ଭକ୍ତ ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଯିବେ । ଏଥିସହ ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଯୋରନ୍ଦା ମାଘ ମେଳାରେ ମହଣ ମହଣ ଘିଅରେ ଜଳିବ ଝାଡ଼ ଦୀପ । ସନ୍ଧ୍ୟାରେ ଗାଦି, ଶୂନ୍ୟ ମନ୍ଦିର ଅଞ୍ଚଳରେ ଜଳିବ ବିରାଟକାୟ ଝାଡ଼ ଦୀପ । ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ମେଳା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଠା ବ୍ୟବସାୟୀ ଆସି ନିଜ ନିଜର ପସରା ମେଲିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ