Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଶିଶୁ ମନ୍ଦିର ତରଫରୁ ରକ୍ଷାବନ୍ଧନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଉଲୁଣ୍ଡା ଦ୍ଵାରା କୋଟସମଲାଏ ଗ୍ରାମରେ ‘ରକ୍ଷା ବନ୍ଧନ’ ଓ ପାତଳୀ କ୍ଷେତ୍ର ଠାରେ ‘ବୃକ୍ଷ ରୋପଣ’ କରିବା ସହ ବୃକ୍ଷରକ୍ଷା ବନ୍ଧନ ପାଇଁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗରଙ୍କ ତତ୍ତ୍ଵାବଧାନରେ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ଓଡିଶା ସରକାରଙ୍କ ଦ୍ଵାରା ପୁରସ୍କୃତ ପ୍ରକୃତି ବନ୍ଧୁ ଡକ୍ଟର ହୃଷୀକେଶ ଦେହେରି ଯୋଗଦେଇ ମତ ରଖିଲେ ଜଙ୍ଗଲ ଆମ ମା ପରି ଆମେ ଜୀବନ ସାରା ବଞ୍ଚିବା ପାଇଁ ପାଣି , ପବନ , ମାଟି, ଫଳ , ବିଭିନ୍ନ ପ୍ରକାର ଗଛଲତା , ଔଷଧ ବୃକ୍ଷ ଆମେ ଜଙ୍ଗଲ ମା ଠାରୁ ହିଁ ପାଇଥାଉ,ଜଙ୍ଗଲର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ଉପସ୍ଥିତି ରହି ଗ୍ରାମରେ ରାକ୍ଷୀ ବାନ୍ଧିବା ସହ ବୃକ୍ଷ ରୋପଣ କରିଥିଲେ। କୋଟସମଲାଏର ସ୍ଵଚ୍ଛାସେବୀ ଅଭିଷେକ ପାତ୍ର ଗ୍ରାମରେ ଯୋଗାଯୋଗ କରି , ବୃକ୍ଷ ରୋପଣ ପାଇଁ ଗାତ ଖୋଲିଥିଲେ। ବିଦ୍ୟାଳୟର ଚନ୍ଦ୍ର ଶେଖର କର୍ଣ୍ଣ , ଅଭିଷେକ କଲତା , ପଦ୍ମିନୀ ଭୋଇ , ସୁଜାତା ହୋତା, ସ୍ବପ୍ନ।ରାଣୀ ଭୋଇ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ