ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ଏଥିରେ ବରିଷ୍ଠ ସଦସ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭାପତିତ୍ବ କରିଥିବା ବେଳେ ଶିକ୍ଷାବିତ ଭୂଷଣ କୁମାର ପାତ୍ର ମୁଖ୍ୟ ଅତିଥି , ମେହେର ସାହିତ୍ୟ ର ବାଗ୍ମୀ ଭାଷ୍ୟକାର କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମେହେର ସାହିତ୍ୟ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସଭ୍ୟ ଅକ୍ରୁର ଦନ୍ତା ସ୍ବାଗତ କରିଥିବା ବେଳେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ବାସୁଦେବ ପଣ୍ଡା , ନିତ୍ୟାନନ୍ଦ ତ୍ରିପାଠୀ , ନାରାୟଣ ପ୍ରସାଦ ନାୟକ , ବଳରାମ କାଣ୍ଡ , ଚମରା ମହାକୁର ପ୍ରମୁଖ ସହଯୋଗ କରିଥିଲେ।
ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ
