Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁର ରେ ବିଶ୍ଵ ଆଦିବାସୀ ଦିବସ ପାଳିତ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଉଛି ବିଶ୍ଵ ଆଦିବାସୀ ଦିବସ -୨୦୨୫ । ଏହି ପରିପ୍ରେକ୍ଷୀରେ ରେ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସୁବର୍ଣ୍ଣପୁର ଶାଖା ତରଫ ରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ପାଳିତ ହୋଇ ଯାଇଛି ବିଶ୍ଵ ଆଦିବାସୀ ଦିବସ ୨୦୨୫ । ସୁରେଶ୍ଵରୀ ମନ୍ଦିର ରୁ ନୂତନ ଟାଉନ୍ ହଲ ଯାଏଁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ବାଦ୍ୟ ର ତାଳେ ତାଳେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଟାଉନ୍ ହଲ ଠାରେ ହୋଇଥିବା ସାଧାରଣ ସଭା ରେ ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଯୋଗଦାନ କରିଥିବା ବେଳେ ସ୍ଵତନ୍ତ୍ର ଅତିଥି ଭାବେ ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ , ସଂଘ ଉପସଭାପତି ଗୁପ୍ତେଶ୍ୱର ମଲ୍ଲିକ , ସଂଘ ସମ୍ପାଦକ ଲମ୍ବୋଧର ଧରୁଆ ଙ୍କ ସହ ନରୋତ୍ତମ ଆଡବାଙ୍କ, ରୋହିତ କଅର , ଅବଧୂତ ଆଡବାଙ୍କ, ସୁବାସ ଭୋଇ , ଭାଗିରଥି ମୁଣ୍ଡା , ନନ୍ଦନ ବାରିକ , ସୁରେନ୍ଦ୍ର ଭୋଇ ସମେତ ଆଦିବାସୀ କଲ୍ୟାଣ ସଂଘ ର ଅନେକ କର୍ମକର୍ତ୍ତା ଯୋଗଦାନ କରିଥିଲେ। ତରଭା ବ୍ଲକ୍ ର ପୂର୍ବତନ ଚେୟାରମେନ ସଂଗୀତା ମଲ୍ଲିକ,ସୋନପୁର ବ୍ଲକ୍ ର ପୂର୍ବତନ ଚେୟାର ମେନ୍ ମାଧବିଲତା କଅର ପ୍ରମୁଖ ଯୋଗଦାନ କରିଥିଲେ। ସ୍ଥାନୀୟ ନୂତନ ଟାଉନ୍ ହଲ ରେ ଆଦିବାସୀ କଲ୍ୟାଣ ସଂଘ ଜାତି ଉଦ୍ଦ୍ୟେଶ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସଦା ସର୍ବଦା ଆଦିବାସୀ ଙ୍କ ସୁଖ ଦୁଃଖ ରେ ସାଥୀ ହେବା ସହ ନ୍ୟାୟିକ ପ୍ରଦାନ କ୍ଷେତ୍ର ରେ ସାହାଯ୍ୟ କରିବା ନେଇ ଆଶାବ୍ୟକ୍ତ କରିଥିଲେ ସାଧାରଣ ସଭା ରେ। ସମସ୍ତ ଅତିଥି ଆଦିବାସୀ ମାନଙ୍କ ହକ ସମ୍ମାନ କୁ ବଜାୟ ରଖିବା ବିଷୟ ରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ