Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଜାରେ ଏୟାର ଷ୍ଟ୍ରାଇକ, ପାଞ୍ଚ ସାମ୍ବାଦିକ ମୃତ

ଗାଜା: ରବିବାର ଗାଜାରେ ଇସ୍ରାଏଲ ବିମାନ ଆକ୍ରମଣ କରିଥିଲା। ଯେଉଁଥିରେ ପାଞ୍ଚ ଜଣ ସାମ୍ବାଦିକ ପ୍ରାଣ ହରାଇଥିବା କାତାର ସରକାରଙ୍କ ନେତୃତ୍ୱରେ ପରିଚାଳିତ ଅଲ-ଜଜିରା କହିଛି। ତେବେ ମୃତକଙ୍କ ମଧ୍ୟରୁ ଜଣେ ହମାସ ଆତଙ୍କବାଦୀ ଥିବା ସହ ସେ ଇସ୍ରାଏଲୀ ସେନା ଉପରେ ରକେଟରେ ଆକ୍ରମଣ କରିଥିବା ଇସ୍ରାଏଲ କହିଛି।

ଇସ୍ରାଏଲୀ ଆକ୍ରମଣରେ ସାମ୍ବାଦିକ ଅସଲ ଏଲ୍ ସରିଫ, ମହମ୍ମଦ କ୍ରୁଆଇକେହ, ମହମ୍ମଦ ନୋଫାଲ, ଇବ୍ରାହିମ ଜାହିରଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ଆକ୍ରମଣ ହେବାର କିଛି ଦିନ ପୂର୍ବରୁ ଅଲ ଜାଜିରା ଇସ୍ରାଏଲୀ ଆକ୍ରମଣକୁ ନିନ୍ଦା କରି କହିଥିଲେ ଯେ ଗାଜାରେ ସାମ୍ବାଦିକଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ସାମ୍ବାଦିକ ଅନସାଲ ଅଲ ସରିଫଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ସ୍ପଷ୍ଟ ଭାବରେ କହିଛନ୍ତି।

ସେ ଏହା ମଧ୍ୟ କହିଥିଲେ ଯେ ଇସ୍ରାଏଲ ମୋତେ ହତ୍ୟା କରିବାକୁ ଯାଉଅଛି କାରଣ ସେ ମୋ ସ୍ୱରକୁ ଦବାଇବାକୁ ଚାହୁଁଛି। ଅପରପକ୍ଷରେ ଇସ୍ରାଏଲୀ ସେନା ସେହି ସାମ୍ବାଦିକଙ୍କୁ ହମାସ ଆତଙ୍କବାଦୀ ଭାବରେ ଦର୍ଶାଇ ଦାବି କରୁଛନ୍ତି ଯେ ସେ ଏକ ନକଲି ପରିଚୟ ସୃଷ୍ଟି କରି ନିଜକୁ ସାମ୍ବାଦିକ ଭାବରେ ପରିଚିତ କରାଇଛନ୍ତି। ଏ ସମସ୍ତ ଘଟଣା ସମୟରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ସେ ଗାଜାକୁ ହମାସର ଆତଙ୍କରୁ ସମ୍ପୂର୍ଣ୍ଣ ମୁକ୍ତ କରିବେ ଏବଂ ଏକ ନୂତନ ସରକାର ଗଠନ କରିବେ ଯେଉଁଠାରେ ହମାସ କିମ୍ବା ପାଲେଷ୍ଟାଇନ ସହିତ ସେମାନଙ୍କର କୌଣସି ସମ୍ପର୍କ ରହିବ ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଯେ ଗାଜାକୁ ଦଖଲ କରିବା ପାଇଁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ କିନ୍ତୁ ଇସ୍ରାଏଲୀ ସେନା ଯେଉଁଭଳି ଭାବରେ ଆଗକୁ ବଢ଼ୁଛି ସେ ଗାଜା ସହର ପରେ, ସମଗ୍ର ଗାଜାକୁ ମଧ୍ୟ ଦଖଲ କରିନେବ କହିଲେ କିଛି ଭୁଲ୍ ହେବ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ