ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ୭୯ ତମ ସ୍ବାଧୀନତା ଦିବସ ପାଳନ ପାଇଁ ଆଜି ପୂର୍ବାହ୍ନ ୧୧-୦୦ଘଣ୍ଟା ସମୟରେ ଏକ ପ୍ରସ୍ତୁତି ବୈଠକ ବରିଷ୍ଠ ସଦସ୍ୟ ଗୋପୀନାଥ ସହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଆସନ୍ତା ୧୫ ତାରିଖ ହେବାକୁ ଥିବା ଏହି ଜାତୀୟ ଦିବସ ସମସ୍ତଙ୍କ ଉପସ୍ଥିତି ରେ କାର୍ଯ୍ୟାଳୟ ପରିସରରେ ପାଳନ କରାଯିବ। ଏଥିପାଇଁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରା ଯାଇଥିବା ପ୍ରକାଶ। ଫ୍ଲେଗ୍‌ପୋଷ୍ଟ ପାର୍ଶ୍ଵବର୍ତ୍ତୀ ସ୍ଥାନ ସଫେଇକରଣ , ଜାତୀୟ ପତାକା ଉତ୍ତୋଳନ , ମିଷ୍ଟାନ୍ନ ବଣ୍ଟନ , ଜାତୀୟ ପତାକା ଅବତରଣ ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା କରା ଯାଇଥିଲା। ଆଲୋଚନାରେ କୃଷ୍ଣଚନ୍ଦ୍ର ପାଢ଼ୀ , ବାସୁଦେବ ପଣ୍ଡା, ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ଦୟାନିଧି ହୋତା , ସନ୍ତୋଷ ଷଡ଼ଙ୍ଗୀ , ଶ୍ୟାମସୁନ୍ଦର ସେଠୀ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ଦିଲ୍ଲିପ ତ୍ରିପାଠୀ , ନାରାୟଣ ପ୍ରସାଦ ନାୟକ , ଧର୍ମ ଦତ୍ତ ପାଢ଼ୀ , ରବି ନାରାୟଣ ବେହେରା , ଚମରା ମହାକୁର , ରାଧେଶ୍ୟାମ ପୁରୋହିତ , ଅକ୍ରୃର ଚରଣ ଦନ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ।