ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିଙ୍ଗମା ଜୟ କିଷାନ ଉଚ୍ଚ ବିଦ୍ୟାଳୟ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୪ତମ ଜୟନ୍ତୀ ପାଳନ କରାଯାଇଛି । ପ୍ରଧାନଶିକ୍ଷକ ଦିଲ୍ଲୀପ ପାଢୀଙ୍କ ଅଧ୍ୟକ୍ଷତାରେ ଓ ପ୍ରକାଶଚନ୍ଦ୍ର ବିଶିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଭାଷା ବିଭାଗ ମୁଖ୍ୟ ସୈରଭ ରଞ୍ଜନ ଖମାରୀ , ମୁଖ୍ୟବକ୍ତା କୋଟସମଲାଇ ହାଇସ୍କୁଲ ସହକାରୀ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ, ସମ୍ମାନିତଅତିଥି ଯାଲୋଏ ହାଇସ୍କୁଲ ସଂସ୍କୃତ ଶିକ୍ଷକ କାଳିଆ ପଣ୍ଡା , କୁମରକେଳୀ ହାଇସ୍କୁଲ ସହକାରୀ ଶିକ୍ଷକ ବାଚସ୍ପତି ପଣ୍ଡା , କାଦୋଦର ପ୍ରଧାନଶିକ୍ଷକ ନିଗମାନନ୍ଦ ଦେହୁରୀ , ବାଗବର ଅବସରପ୍ରାପ୍ତ ଶିକ୍ଷକ ଲମ୍ବୋଦର ସାହୁ ଯୋଗ ଦେଇଥିଲେ । ଏହି ଅବସରରେ ଗଙ୍ଗାଧରଙ୍କ ସାହିତ୍ୟ ଉପରେ ଆଲୋଚନା , ପ୍ରକୃତି ବର୍ଣ୍ଣନା, କୃଷକଙ୍କ ପାଇଁ ପ୍ରଥମ ଓଡିଆ କବି, ସୋନପୁର ରାଜାଙ୍କ ସହ ଗଙ୍ଗାଧର ର ସଂପର୍କ ଆଦି ବିଷୟରେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଂଗୀତ “ବିଶ୍ଵଦେଖ ମଧୁମୟରେ ଜୀବନ” ଗାନ କରାଯାଇଥିଲା । ଶେଷରେ ସଂସ୍କୃତ ଶିକ୍ଷକ ବିଶ୍ଵନାଥ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
ହଙ୍ଗମା ହାଇ ସ୍କୁଲ ରେ 164 ତମ ଗଙ୍ଗାଧର ମେହେର ଜୟନ୍ତି ପାଳିତ
