Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘଟଣରେ ଷଷ୍ଠ ଶ୍ରେଣୀର ଛାତ୍ର ଆଖି ମୁଜିଲେ, କେନ୍ଦ୍ରମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ସମ୍ବଲପୁର:ବୁଢାରାଜା ୟୁପି ସ୍କୁଲର ଜଣେ ଛାତ୍ର ଙ୍କ ଆଜି ଆଖି ମୁଜିଛନ୍ତି। ଅଘଟଣ ଘଟିଛି ଗୋପାଳମାଲ ରାସ୍ତାରେ। ଷଷ୍ଠ ଶ୍ରେଣୀ ର ଜଣେ ଛାତ୍ରଙ୍କ ଉପରେ ଲୁହା ପଡିବା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ମୁଖ୍ୟ ଚିକିତ୍ସଲୟ କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ରେଳ ବିଭାଗ ର ଏକ ବଡ଼ ଲୁହା ଖଣ୍ଡ ଛାତ୍ର ଉପରେ ପଡିଥିଲା।ମୃତ ଛାତ୍ର ଜଣକ ହେଉଛନ୍ତି ଦିପୁ ୟାଦବ। ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଚିକିତ୍ସାଲୟ ପୋଲିସ ଛାଉଁଣିରେ ରହିଛି।
ସମ୍ବଲପୁର ଜିଲ୍ଲା ବୁଢ଼ାରାଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦିପୁ ୟାଦବଙ୍କର ଏହି ଅଭାବନୀୟ ଅଘଟଣରେ ମୃତ୍ୟୁ ହୋଇଥିବା ଖବର ଶୁଣି କେନ୍ଦ୍ରମନ୍ତ୍ରୀ କହିଛନ୍ତି ମୁଁ ଏହି ଘଟଣାରେ ଦୁଃଖିତ ଓ ମର୍ମାହତ । ଶୋକସନୃପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମା’ ସମଲେଇ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories