Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ

ବୀରମହାରାଜପୁର : (ସୌମିତ୍ରି ମେହେର ) ବୀରମହାରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ 164 ତମ ଜନ୍ମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି l ମଙ୍ଗଳବାର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ଆଧ୍ୟାତ୍ମିକ ପ୍ରବଚକ କୃଷ୍ଣଚନ୍ଦ୍ର ପାଢ଼ୀ ଯୋଗ ଦେଇ ଗଙ୍ଗାଧର ମେହେର ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମେହେର ଙ୍କ ତପସ୍ୱିନୀ କାବ୍ୟ ରେ ପ୍ରକୃତି କିପରି ଜୀବନ୍ତ ହୋଇ ଉଠିଛି ସେ ସମ୍ପର୍କରେ ବର୍ଣ୍ଣନା କରି ଥିଲେ l ଏଥି ସହିତ କବିଙ୍କ କାବ୍ୟ ଇନ୍ଦୁମତୀ , କିଚକଵଧ ଓ ପ୍ରଣୟବଲ୍ଲରୀ ର ସଂକ୍ଷିପ୍ତ ଆଲୋଚନା କରିଥିଲେ l ବିଦ୍ୟାଳୟ ର ଛାତ୍ର ମାନଙ୍କ ସହ ଶିକ୍ଷକ ସଦାନନ୍ଦ ପଣ୍ଡା , ବୈକୁଣ୍ଠ ନାୟକ ପ୍ରମୁଖ ଗଙ୍ଗାଧର ମେହେର ଙ୍କ ଜୀବନୀ ଓ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ସାଂସ୍କୃତିକ ପ୍ରମୁଖ ଜ୍ୟୋତିର୍ମୟୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ପଞ୍ଚାନନ ମେହେର ଓ ସତ୍ୟ ନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ