ଉଲୁଣ୍ଡା : (ସୌମିତ୍ରି ମେହେର) ଓଡିଶାର ଉପମୁଖ୍ୟ ମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ , ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ମାନ୍ୟବର ପ୍ରଭାତୀ ପରିଡା ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ଗସ୍ତରେ ଆସିଥିଲେ । ଏହି ଅବସରରେ ଆଜି ଦିନ ୧୦.୩୦ରେ ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରକୁ ଗସ୍ତ କରିଥିଲେ । ପ୍ରଥମେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ତା ପରେ ଛଳିଆ ପାହାଡରେ ଥିବା ମନ୍ଦିରକୁ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ । ନୂତନ ଭବ୍ୟ ମନ୍ଦିର ନିର୍ମାଣସ୍ଥଳୀରେ କାର୍ଯ୍ୟ ତଦାରଖ କରିବା ସହ ବ୍ୟୟ ଅଟକଳ ପ୍ରଭୃତି ତଦାରଖ କରିଥିଲେ । ଶ୍ରୀମତୀ ପରିଡା ପୁରୀ ଶ୍ରୀକ୍ଷେତ୍ର ରୁ ପାତାଳୀ ଶ୍ରୀକ୍ଷେତ୍ର କୁ ମହାପ୍ରଭୁଙ୍କୁ ଦର୍ଶନ ସହ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ ।ପାତାଳୀ ଶ୍ରୀକ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ବିକାଶ କରିବି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ । ଆଗକୁ ଏହି ପୀଠର ସର୍ବାଙ୍ଗୀନ ଉନ୍ନତି ଖୁବଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡିଶା ପାତାଳୀ ଶ୍ରୀକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ ଙ୍କୁ ୧୬ଦଫା ଏକ ଦାବିପତ୍ର ଦିଆଯାଇଥିଲା । ଦାବିପତ୍ରରେ ଭବ୍ୟ ମନ୍ଦିରକୁ ଶାସ୍ତ୍ରୀୟ ବିଧିମତେ ଶ୍ରୀମନ୍ଦିର ଭଳି ଗର୍ଭଗୃହ , ଜଗମୋହନ , ନାଟମଣ୍ଡପ ନିର୍ମାଣ,ମୁଖ୍ୟମନ୍ଦିର କାର୍ଯ୍ୟ ସମାପନ ସହ ପାର୍ଶ୍ଵ ମନ୍ଦିର ନିର୍ମାଣ , ନୈକା ବିହାର , ରାସ୍ତାଘାଟ ପ୍ରଶସ୍ତିକରଣ , ପାର୍କ , ବଡଦାଣ୍ଡର ପ୍ରଶସ୍ତିକରଣ , ଆଲୋକିକରଣ , ବିଶ୍ରାମଗାର , ପାହାଚ , ପାନିୟଜଳ ସୁବିଧା ଆଦି ବିଭିନ୍ନ ସୁବିଧା ପାଇଁ ଦାବି କରାଯାଇଛି । ଖୁବଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ । ଉପମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ବିଧାୟକ ରଘୁନାଥ ଜଗଦଲା , ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ , ଜିଲ୍ଲାପାଳ ନୃପରାଜ ସାହୁ ଆଦି ଉପସ୍ଥିତ ଥିଲେ । ଏହି ଅବସରରେ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଙ୍କ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ
