ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲେଇ ଜଗନ୍ନାଥ ଏକାଡେମୀ ହାଇସ୍କୁଲ ପରିସରରେ ଆଜି “ବୃକ୍ଷ ଆମ ଭାଇ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାସିନୀ ମିଶ୍ର ସଭାପତିତ୍ୱ କରିଥିଲେ । ଯୁବକବି ତଥା ଓଡ଼ିଆ ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ବୃକ୍ଷ ସହିତ ମଣିଷ ର ସମ୍ପର୍କ ଆବାହମାନ କାଳରୁ ରହିଛି ଓ ଛାତ୍ରଛାତ୍ରୀ ରାକ୍ଷୀ ବନ୍ଧନ କରି ଭାଇଭଳି ଯତ୍ନ କରନ୍ତୁ ବୋଲି ମତ ଦେଇଥିଲେ । ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସର ରେ ଥିବା ବୃକ୍ଷଗୁଡିକ ରେ ରାଖୀ ବାନ୍ଧି ବନ୍ଦାପନା କରିଥିଲେ ଓ ଭାଇଭଳି ସୁରକ୍ଷା ଦେବାକୁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମ କୁ ସୁଧୀର କୁମାର ହୋତା , ଅମିତ ପାତ୍ର ଓ ହୃଷିକେଶ ପଧାନ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ମଞ୍ଚ ସଂଯୋଜନା କରିଥିଲେ । ଶେଷରେ ଶିକ୍ଷକ ପ୍ରଫୁଲ୍ଲ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ ।
କୋଟସମଲେଇ ହାଇସ୍କୁଲ ରେ ବୃକ୍ଷ ଆମ ଭାଇ, କାର୍ଯ୍ୟକ୍ରମ
