Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷା ଅନୁଷ୍ଠାନରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ଝାରସୁଗୁଡା ୧୪/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବିଜାପାଲି ମହିମା ଡିଗ୍ରୀ କଲେଜ ଓ ଭିକମପାଲି ହାଇସ୍କୁଲ ଆନୁକୂଲ୍ୟରେ ହର ଘର ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ପଞ୍ଚଗାଁ ପଞ୍ଚାୟତ ସ୍ଥିତ ବିଜାପାଲି ମହିମା ଡିଗ୍ରୀ କଲେଜର ଅଧ୍ୟକ୍ଷ ରମଣୀ ରଞ୍ଜନ ବିଶ୍ଵାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ଏକ ଶହ ଫୁଟ ଲମ୍ବର ତ୍ରିରଙ୍ଗା ପତାକା ଏବଂ କଲେଜର ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି କଲେଜ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଶ୍ଲୋଗାନ ଦେଇ ପଞ୍ଚଗାଁ, ଡୁମେରଢିପା, ରେଙ୍ଗାଲି ଥାନା ଆଦି ଗାଁ ପରିକ୍ରମା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିମା ଡିଗ୍ରୀ କଲେଜର ଅଧ୍ୟାପକ, ଅଧ୍ୟାପିକା ଙ୍କ ମଧ୍ୟରେ ସୁବ୍ରତ ବଢ଼େଇ,ବିରଞ୍ଚି ପଧାନ,ସୁଦାମ ଦେହେରି, ସଂଯୁକ୍ତା ସାଙ୍ଗା,ଅଲିଭା ଭୋଇ ତଥା ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।
ସେହିପରି ଭିକମପାଲି ହାଇସ୍କୁଲରେ ମଧ୍ୟ ଅନୁରୂପ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ତ୍ରିରଙ୍ଗା ପତାକା ଧରି ବିଭିନ୍ନ ପ୍ରକାର ଶ୍ଲୋଗାନ ମାନ ଦେଇ ଗାଁର ପରିକ୍ରମା କରିଥିଲେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ସାହୁ, ସମିତି ସଭ୍ୟା ବବିତା ମହାପାତ୍ର, ନାଏବ ସରପଞ୍ଚ ଶ୍ୟାମ ସୁନ୍ଦର ବଂଜାରାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ନବୀନ ସା, ସୁଶୀଲ ମେହେର,ବିଷ୍ଣୁ ପ୍ରସାଦ ପ୍ରଧାନ,ଜ୍ୟୋତିଷ ସାହୁ,ବୃନ୍ଦାବନ ସୁନା,ଦୀପ୍ତି ସିଦାର, ଅନୁପମା ସାହୁ,ମାଧବୀଲତା ଖମାରୀ,ଏକଲବ୍ୟ ମେହେରଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ