‘କୁଲି’ vs ‘ୱାର ୨’; ଜାଣନ୍ତୁ କିଏ ମାରୁଛି ବାଜି…


ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମ ‘କୁଲି’ ଏବଂ ହ୍ରିତିକ୍ ରୋଶନ ଓ ଜୁନିଅର ଏନଟିଆରଙ୍କ ‘ୱାର ୨’ ଉଭୟ ଫିଲ୍ମ ୧୪ ଅଗଷ୍ଟ ରେ ରିଲିଜ ହୋଇ ସାରିଛି। ପ୍ରଥମ ଦିନରେ ହିଁ ରଜନୀକାନ୍ତଙ୍କ ଫିଲ୍ମ କୁଲି ବାଜିମାତ୍ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ତେବେ ୨୦୧୯ରେ ରିଲିଜ ହୋଇଥିବା ୱାର ଫିଲ୍ମର ସିକ୍ୱେଲ୍ ୱାର ୨ ଅଟେ। ଯାହାକି YRF ସ୍ପାଏ ୟୁନିଭର୍ସର ଷଷ୍ଠ ଫିଲ୍ମ ଥିବା ଜଣା ପଡିଛି। ତେବେ ହ୍ରିତିକ୍ ଏବଂ ଜୁନିଅର ଏନଟିଆର ଅଭିନୀତ ‘ୱାର ୨’ ସମସ୍ତ ଭାଷାରେ ମୁକ୍ତିଲାଭ କରିଥିବା ବେଳ ପ୍ରଥମ ଦିନରେ ମୋଟ ୫୨.୫୦ କୋଟି ଟଙ୍କା ସଂଗ୍ରହ କରିଛି। ଏହି ଫିଲ୍ମ ହିନ୍ଦୀରେ ୨୯ କୋଟି ଟଙ୍କା, ତେଲୁଗୁରେ ୨୩.୨୫ କୋଟି ଟଙ୍କା ଏବଂ ତାମିଲ ସଂସ୍କରଣରେ ୨୫ ଲକ୍ଷ ଟଙ୍କା ସଂଗ୍ରହ କରିଥିବା ସୂଚନା ମିଳିଛି।

ଅପରପକ୍ଷରେ ରଜନୀକାନ୍ତ, ନାଗାର୍ଜୁନ ଏବଂ ଆମିର ଖାନ ଅଭିନୀତ ‘କୁଲି’ ଦର୍ଶକଙ୍କ ହୃଦୟ ଜିତିବା ସହ ଏହାର ଓପନିଂ ମଧ୍ୟ ବମ୍ପର ହୋଇଛି। ତେବେ ‘କୁଲି’ ଭାରତରେ ପ୍ରଥମ ଦିନରେ ୬୫ କୋଟି ଟଙ୍କା ରୋଜଗାର କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏହି ଫିଲ୍ମ ସାରା ବିଶ୍ୱରେ ମୋଟ ୧୫୦ କୋଟି ଟଙ୍କା ରୋଜଗାର କରିଥିବା ଜଣା ପଡିଛି।ଯାହାକି ତାମିଲ ଫିଲ୍ମ ପାଇଁ ସର୍ବାଧିକ କଲେକ୍ସନ ର ଏକ ରେକର୍ଡ ଅଟେ।

ସେହିପରି ୱାର ୨, ବଲିଉଡରେ ଭିକି କୌଶଲଙ୍କ ଫିଲ୍ମ ‘ଛାଭା’ ଯିଏ କି ପ୍ରଥମ ଦିନରେ ୩୧ କୋଟି ଟଙ୍କାର ଓପନିଂ କରିଥିଲା ତାହାକୁ ପଛରେ ପକାଇ ସବୁଠାରୁ ବଡ଼ ଓପନିଂ ହାସଲ କରିଛି। ତେବେ ଆଗକୁ ୱାର ୨ ଏବଂ କୁଲି ମଧ୍ୟରେ କିଏ ବାଜି ମାରିବ ତାହା ଦେଖିବା ରୋମାଞ୍ଚକର ରହିବ।