ଉଚ୍ଚ ଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଙ୍କ ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ସ୍ଥିତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୁ ଆଜି ଅପରାହ୍ନ ୪ଟାରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, ଓଡିଆ ଭାଷା, ସାହିତ୍ୟ ସଂସ୍କୃତି ଓ କ୍ରୀଡା ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପରିଦର୍ଶନ କରିଥିଲେ । ପ୍ରଥମେ ତାଙ୍କୁ ଭବ୍ୟ ସର୍ମଦ୍ଧନା ଜଣାଯାଇଥିଲା । ତା ପରେ ଛଳିଆ ପାହାଡ ଉପରେ ଥିବା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ପ୍ରଭୁକୃପା ସାଉଁଟିଥିଲେ । ଗେଷ୍ଟ ହାଉସରେ ଟ୍ରଷ୍ଟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ବୈଦ୍ଧିକ ମଣ୍ଡପରେ ମନ୍ତ୍ରୀ ନିଜେ କ୍ଷେତ୍ରର ମହିମା ଉପରେ ବକ୍ତବ୍ୟ ଦେବା ସହ ଜନସାଧାରଣଙ୍କୁ ସାମଗ୍ରିକ ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତା ପରେ ଟ୍ରଷ୍ଟ ତରଫରୁ ୪ଦଫା ନେଇ ଦାବିପତ୍ର ଦିଆଯାଇଥିଲା । ଘୋଷଯାତ୍ରା ତଥା ଅନାନ୍ୟ ପର୍ବପର୍ବାଣି ରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ବର୍ଷ ୫ଲକ୍ଷ ପ୍ରଦାନ, କ୍ଷେତ୍ରରେ ଇଣ୍ଟରପ୍ରିଟେସନ ଓ ମ୍ୟୁଜିୟମ ନିର୍ମାଣ କରାଯିବ , ପୂର୍ତ୍ତ ବିଭାଗ ପକ୍ଷରୁ ଖୁବଶୀଘ୍ର ଡିପିଆର ଦେଲେ କୋଣାର୍କ ମୁକ୍ତ ମଣ୍ଡପ ଭଳି ସାଂସ୍କୃତିକ ମଣ୍ଡପ ନିର୍ମାଣ କରାଯିବ , ପାତାଳୀ ମହୋତ୍ସବ କୁ ରାଜ୍ୟସ୍ତରୀୟ ମହୋତ୍ସବ ଭଳି ସଂସ୍କୃତି ବିଭାଗ ପକ୍ଷରୁ କରାଯିବ ଆଦି ବିଭିନ୍ନ ପ୍ରକାର କ୍ଷେତ୍ରର ବିକାଶ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଗସ୍ତ ସମୟରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା , ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ , ଦିଲ୍ଲାପାଳ ନୃପରାଜ ସାହୁ ସହ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।