Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ନିଶା ମୁକ୍ତି ଭାରତ ଅଭିଯାନ

ବୀରମହାରାଜପୁର: ନିଶା କବଳରୁ ଲୋକମାନଙ୍କୁ ଦୂରେଇ ରଖିବା ଆବଶ୍ୟକ I ନିଶା ବ୍ୟକ୍ତିକୁ କାଙ୍ଗାଳ କରିଦେଇଥାଏ I ବିକଶିତ ଭାରତ ନିର୍ମାଣ କ୍ଷେତ୍ରରେ ନିଶାର ବ୍ୟବହାର ବ୍ୟାଘାତ ସୃଷ୍ଟି I ତେଣୁ ଆମେ ସମସ୍ତେ ନିଶାମୁକ୍ତି ଭାରତ ଅଭିଜାନରେ ସହଯୋଗ କରିବା ଏକାନ୍ତ ଆବଶ୍ୟକ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ନିଶା ମୁକ୍ତ ଅଭିଯାନର ପଞ୍ଚମ ବର୍ଷପୂର୍ତ୍ତି ଅବସରରେ ଅନୁଷ୍ଠିତ ସଭାରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I
କଲେଜର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତ ବୁଧବାର ଦିନ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ପଦାର୍ଥ ବିଜ୍ଞାନର ଅଧ୍ୟାପିକା ସୁପ୍ରଭା ନନ୍ଦ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବାବେଳେ ସୀମାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ପ୍ରଶାସନ ତରଫରୁ ସତ୍ୟନାରାୟଣ ପଧାନ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ I ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ