Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଗ୍ର ପଶ୍ଚିମ ଓଡ଼ିଶା ସକାଶେ ପାତାଳୀ ଶ୍ରୀକ୍ଷେତ୍ର ରୁ ବାହାରିଲା ନବାନ୍ନ ଭକ୍ଷଣ ର ନିର୍ଦ୍ଧାରିତ ସମୟ

ଉଲୁଣ୍ଡା : ଆଜି ନନ୍ଦ ଉତ୍ସବରେ ପାତାଳି ଶ୍ରୀକ୍ଷେତ୍ର ପଣ୍ଡିତ ମହାସଭାର ବରିଷ୍ଠ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ଵାରା ପାତାଳୀ ମଣ୍ଡପ ଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜ୍ଞା ମାଳ ପ୍ରାପ୍ତ କରି ଆସନ୍ତା ଗଣପର୍ବ ନୂଆଖାଇ (ନବାନ୍ନ) ସକାଶେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ (ଋଷିିପଞ୍ଚମୀ) ତା ୨୮. ୦୮.୨୦୨୫ ପ୍ରଶସ୍ତ ତୁଳା ଲଗ୍ନେ ମିଥୁନ ନବଂଶେ ଦିବା ଘ୧୧.୧୦.ମି. ଗତେ: ୧୧.୨୫ମି ମଧ୍ୟେ ମାହେନ୍ଦ୍ର ସମୟରେ ପଶ୍ଚିମ ଓଡ଼ିଶା ର ସମସ୍ତ ଦେବାଦେବୀ ମନ୍ଦିର ଓ ଗୃହ ଦେବାଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ ଓ ନବାନ୍ନ ଭକ୍ଷଣ କରାଯିବ । ଏହି ଲଗ୍ନ କୁ ସର୍ବସମ୍ମୁଖରେ ପ୍ରଭୁ ଙ୍କ ପାଦତଳେ ଅର୍ପଣ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ଜ୍ୟୋତିର୍ବିଦ୍ୟା ବାଚସ୍ପତି ମେଡେନ କୁମାର ବିଶି , ପଣ୍ଡିତ ମନୋରଂଜନ ପାଢ଼ୀ , ଜ୍ୟୋତିର୍ବିଦ ଯୋଗେନ୍ଦ୍ର ହୋତା , ପଣ୍ଡିତ ଗୌର ଚରଣ ନନ୍ଦ , ଜ୍ୟୋତିର୍ବିଦ ସନ୍ତୋଷ କୁମାର ପୂଝାରୀ , ଜ୍ୟୋତିର୍ବିଦ ରାମ କୃଷ୍ଣ ପଣ୍ଡା , ଦେବାର୍ଚ୍ଚନ ଦାଶ , ପଣ୍ଡିତ ବଳରାମ ପୁରୋହିତ , ପଣ୍ଡିତ ବିଶ୍ୱେଶ୍ୱର ପାଢ଼ୀ , ପଣ୍ଡିତ ପ୍ରମୋଦ କୁମାର ମିଶ୍ର , ରଘୁନାଥ ପଣ୍ଡା କାମପାଳ ନାୟକ , ସେବାୟତ ସଂଘ ସଭାପତି ଗୋପାଳ ପଣ୍ଡା , ପୂଜକ ଗୁଣାକର ପଣ୍ଡା , ଟିକୁନ କୁମାର ଦାଶ , ଜଗନ୍ନାଥ ହୋତା , ଟ୍ରଷ୍ଟ ସଦସ୍ଯ ମହାଦେବ ସାହୁ ଉପସ୍ଥିତ ଥିଲେ । ସଭା ଶେଷରେ ପାତାଳୀ ଶ୍ରୀକ୍ଷେତ୍ରର ଟ୍ରଷ୍ଟି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଓ ଜଣ ସାଧାରଣ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ