Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋବିନ୍ଦପୁର ବୃଦ୍ଧାଶ୍ରମରେ ୭୯ ସ୍ଵାଧୀନତା ଦିବସ

ଝାରସୁଗୁଡ଼ା ୧୬/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଦମଡ଼ିହି ପଞ୍ଚାୟତ ଗୋବିନ୍ଦପୁର ବୃଦ୍ଧାଶ୍ରମରେ ୭୯ ତମ ସ୍ବାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇ ଯାଇଛି । ଏହି ଅବସରରେ କଦମଡିହି କେନ୍ଦୁପତ୍ର ବିଭାଗ ବନାଞ୍ଚଳ ଅଧିକାରୀ ମଧୁମିତା ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ସମରବଗା ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା ସମିତି ସଭାପତି ଅକ୍ଷୟ ପ୍ରଧାନ ମୁଖ୍ୟବକ୍ତା ଏବଂ ପୂର୍ବତନ ବ୍ଲକ ଉପାଧ୍ଯକ୍ଷ ତୁଷାରାମ ପ୍ରଧାନ,କୋଇଲି ଘୋଘର ବିକାଶ ପରିଷଦ ସଭାପତି ପ୍ରସନ୍ନ କୁମାର ପ୍ରଧାନ,ଉତ୍ତମ ନେଗୀ, ଦିଲ୍ଳୀପ ପଧାନ, ନିଲମଣି ବାରିକ,ଭବାନୀ ଶଙ୍କର ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋବିନ୍ଦପୁର ବୃଦ୍ଧାଶ୍ରମ ମୁଖ୍ୟ ପରିଚାଳିକା କିଶୋରୀ ମହାନନ୍ଦିଆ, ଅମୂଲ୍ୟ ରତ୍ନ ବିଶ୍ଵାଳ, ସବିତା ପ୍ରଧାନ, ସୀମା କିସାନ, ଲିଲିମା ନାୟକ, ପୂଜାରାଣୀ ବେହେରା, ସାବିତ୍ରୀ ଷଣ୍ଢ, ଲିନା ଷଣ୍ଢ, ବିକାଶ ପଞ୍ଚବିହା, ଲଳିତା ବିଶ୍ଵାଳ,ପ୍ରଦ୍ୟୁତ ଠାକୁର ଙ୍କ ସମେତ ସମରବଗା ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଭୀଷ୍ମଦେବ ପଧାନଙ୍କ ସହ ସମସ୍ତ ଗୁରୁଜୀ, ଗୁରୁମା ଏବଂ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଶେଷରେ ମିଷ୍ଟାନ୍ନ ଓ ସୁସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ଅନ୍ତେବାସୀଙ୍କୁ ଆପ୍ୟାୟିତ କରା ଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ