Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରା ପଞ୍ଚାୟତରେ ଗ୍ରାମସଭା ଓ ଆଲୋଚନା ଚକ୍ର ନିଶାମୁକ୍ତ ଓ ଶିକ୍ଷାଯୁକ୍ତ ପରିବେଶ ଗଠନ ପାଇଁ ସଂକଳ୍ପ

ଝାରସୁଗୁଡ଼ା ୧୬/୮ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅତାବିରା ଗ୍ରାମ ପଞ୍ଚାୟତରେ ସ୍ୱାଧୀନତା ଦିବସ ପାଳନ ଅବସରରେ ସରପଞ୍ଚ ସଞ୍ଜିତ ପଧାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୟ ପଟେଇ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର,ଆବାସ ଗୃହ,ନୂତନ ରାସନ କାର୍ଡ଼, ବିଭିନ୍ନ ପ୍ରକାର ଭତ୍ତା ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ନାଏକ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ ଘୋଷଣା କରିଥିଲେ । ଉକ୍ତ ଗ୍ରାମସଭାରେ ନିର୍ବାଚିତ ଜନ ପ୍ରତିନିଧି, ସମସ୍ତ ପଞ୍ଚାୟତ ସ୍ତରୀୟ କର୍ମଚାରୀ ଏବଂ ଜନ ସାଧାରଣ ଅଂଶଗ୍ରହଣ କରିଥିଲେ ।
ସେହିଭଳି ଦ୍ଵିତୀୟ ପର୍ଯ୍ୟାୟରେ ସରପଞ୍ଚ ସଞ୍ଜିତ ପଧାନଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ବିପିନ ବିହାରୀ ସାହୁ,ଶିକ୍ଷାବିଦ ଡ.ସନତ ପଧାନ,ଅବସରପ୍ରାପ୍ତ ଶିକ୍ଷକ ମୁରଲୀ ଧର ବିଶ୍ଵାଳ, ଏମ ଏଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡିଲେଶ୍ବର ପଧାନ,ସିଆରସିସି ଚନ୍ଦ୍ରାନନ୍ଦ ବୁଡା ଓ ମନୋହ କୁମାର ପ୍ରମୁଖ ଅଂଶଗ୍ରହଣ କରି ଆଗାମୀ ଯୁବପିଢ଼ିଙ୍କ ଉଜ୍ଵଳ ଭବିଷ୍ୟତ ଗଠନ, ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ ଓ ଆବଶ୍ୟକ ଅନୁସାରେ ସିଶିକ୍ଷକ ପଦବୀ ପୂରଣ, ଆକର୍ଷଣୀୟ ପରିବେଶ ସୃଷ୍ଟି କରିବା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହା ବ୍ୟତୀତ ଅତାବିରା ପଞ୍ଚାୟତକୁ ସମ୍ପୂର୍ଣ୍ଣ ରୂପେ ନିଶା ମୁକ୍ତ ଏବଂ ଶିକ୍ଷାଯୁକ୍ତ ପଞ୍ଚାୟତ ଗଠନ ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଉକ୍ତ ଆଲୋଚନା ଚକ୍ରରେ ପଞ୍ଚାୟତ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସଦସ୍ୟା, ଅବିଭାବକ, ଅବିଭାବିକା, ଶିକ୍ଷା ପ୍ରେମୀ,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାବହୁ ସଂଖ୍ୟାରେ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ