Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିପୁଳ ଦେଶୀ ମଦ ଜବତ ; ମହିଳା ଗିରଫ ଓ କୋଟ୍ ଚାଲାଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ.ପତ୍ରାପାଲି ପଂଚାୟତ କପାସିରା ଗ୍ରାମରେ ପୁଲିସ ଏବଂ ଅବକାରୀ ବିଭାଗ ମିଳିତ ଚଢାଉ କରି ୧୦୦ ଲିଟର ବେଆଇନ ଦେଶୀ ମଦ ଜବତ କରିଛନ୍ତି । ଏହି ଅଭିଯୋଗରେ ଉକ୍ତ ଗ୍ରାମର ସୁକାନ୍ତୀ ଲାକ୍ରା (୪୦)ଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଜାମିନ ନାମାଂଜୁର ହେବାରୁ ସୁକାନ୍ତୀଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । କପାସିରା ଗ୍ରାମରେ ବେଆଇନ ମଦ ବ୍ୟବସାୟ ହେଉଥିବା ସୂଚନା ପାଇ ଚଢାଉ କରାଯାଇଥିବା ବେଳେ ସୁକାନ୍ତୀଙ୍କ ଘରୁ ୧୦୦ ଲିଟର ବେଆଇନ ଦେଶୀ ମଦ ଜବତ କରାଯାଇଥିଲା । ଏନେଇ ଅବକାରୀ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଉଲୁଣ୍ଡା ଥାନା ପୁଲିସଙ୍କ ସମେତ ଅବକାରୀ ବିଭାଗର ଏଏସଆଇ ଚିତରଞ୍ଜନ ଦାଶ, ଉରଭୀ ମାଝୀ, ସୀତାରାମ ପଧାନ, ଗୋପାଲ ଝାଙ୍କର ପ୍ରମୁଖ ଚଢାଉରେ ସାମିଲ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ