Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସନ୍ତାନ ଜନ୍ମ କରିପାରିବ ରୋବୋଟ୍!

ନୂଆଦିଲ୍ଲୀ: ଚୀନ ବିଜ୍ଞାନ ଜଗତରେ ଏକ ବଡ଼ ଚମତ୍କାର କରିବାକୁ ଯାଉଛି। ଚୀନର ଏକ ରୋବୋଟ୍ କମ୍ପାନୀ ଏପରି ଏକ ରୋବୋଟ୍ ବନାଇବାକୁ ଯାଉଛି ଯାହା ମହିଳାଙ୍କ ପରି ଗର୍ଭଧାରଣ କରି ସନ୍ତାନ ଜନ୍ମ କରିବାରେ ସକ୍ଷମ ହୋଇପାରିବ।

ଚୀନର କାଇୱା ଟେକ୍ନୋଲୋଜିର ପ୍ରତିଷ୍ଠାତା ଏବଂ ସିଇଓ ଝାଙ୍ଗ ଚିଫେଙ୍ଗ କହିଛନ୍ତି ଯେ ଏହି ମାନବୀୟ ରୋବୋଟ୍ ରେ ଏକ କୃତ୍ରିମ ଗର୍ଭାଶୟ ବିକଶିତ କରାଯିବ ଓ ଏହି ଗର୍ଭରେ ଭ୍ରୁଣରୁ ଜନ୍ମ ପର୍ଯ୍ୟନ୍ତ ଶିଶୁଟି ବିକଶିତ ହେବ। ଏହି ପ୍ରକ୍ରିୟା ଇନକ୍ୟୁବେଟରଠାରୁ ସମ୍ପୁର୍ଣ୍ଣ ଭିନ୍ନ ଅଟେ କାରଣ ଏଥିରେ ଗର୍ଭାଶୟରେ କୃତ୍ରିମ ଆମ୍ନିଓଟିକ୍ ତରଳ ପଦାର୍ଥ ରହିବ ଏବଂ ଏକ ନଳୀ ମାଧ୍ୟମରେ ଭ୍ରୁଣକୁ ପୁଷ୍ଟି ଦିଆଯିବ। ତେବେ ଏହାର ମୂଲ୍ୟ ପ୍ରାୟ ୧ଲକ୍ଷ ୟୁଆନ ଅର୍ଥାତ୍ ପ୍ରାୟ ୧୪ ହଜାର ଆମେରିକୀୟ ଡଲାର ରହିବା ନେଇ ଆକଳନ କରାଯାଉଛି ଓ ଏହା ଆସନ୍ତା ବର୍ଷ ସୁଦ୍ଧା ବଜାରରେ ଉପଲବ୍ଧ ହେବା ନେଇ ରିପୋର୍ଟରୁ ଜଣା ପଡ଼ିଛି।

ଏହାକୁ ନେଇ ଝାଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ କୃତ୍ରିମ ଗର୍ଭାଶୟର ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ଭାବରେ ପରିପକ୍ୱ ହୋଇସାରିଛି। ଯେତେବେଳେ ଏହା ରୋବୋଟର ପେଟରେ ଲାଗିବ, ସେତେବେଳେ ମଣିଷ ଏବଂ ରୋବୋଟ ମଧ୍ୟରେ ଭଲ ଭାବରେ ଇଣ୍ଟରେକ୍ସନ ହୋଇପାରିବ। ଏହା ସେହିମାନଙ୍କ ପାଇଁ ଖୁସିର ବିଷୟ ଅଟେ ଯେଉଁମାନେ ବିବାହ କରିବାକୁ ଚାହାଁନ୍ତି ନାହିଁ କିମ୍ବା ଗର୍ଭଧାରଣ କରି ଛୁଆ ଜନ୍ମ କରିବାକୁ ଇଛୁକ ନଥାନ୍ତି। ତେବେ ଝାଙ୍ଗଙ୍କ ଏହି ପ୍ରକଳ୍ପକୁ ଅନେକ ଲୋକ ସମର୍ଥନ କରୁଥିବାର ମଧ୍ୟ ନଜର ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ