Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବକ୍ସ ଅଫିସରେ ଧମାଲ କରୁଛି କୁଲି…

ମୁମ୍ବାଇ: ରଜନୀକାନ୍ତ ଅଭିନୀତ ଫିଲ୍ମ କୁଲି ୧୪ ଅଗଷ୍ଟରେ ସିନେମା ହଲରେ ମୁକ୍ତିଲାଭ କରିଛି। ତେବେ ସ୍ୱାଧୀନତା ଦିବସ ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମକୁ ଦର୍ଶକ ମାନେ ମଧ୍ୟ ପ୍ରଶଂସା କରୁଥିବା ବେଳେ ଏହା ମାତ୍ର ୨ ଦିନରେ ୧୦୦ କୋଟି ଟଙ୍କା ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଛି।

ଏହି ଫିଲ୍ମ ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୬୫ କୋଟି ଟଙ୍କା ଓ ଦ୍ୱିତୀୟ ଦିନରେ ୫୪.୭୫ କୋଟି ଟଙ୍କା ସଂଗ୍ରହ କରିଛି। ତେବେ ତୃତୀୟ ଦିନରେ ଫିଲ୍ମରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଥିଲେ ମଧ୍ୟ ଏହା ୩୧.୨୧ କୋଟି ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇପାରିଛି। ଏଥିସହିତ ଫିଲ୍ମଟି ତିନି ଦିନରେ ମୋଟ ୧୫୦.୯୬କୋଟି ଟଙ୍କା ସଂଗ୍ରହ କରିସାରିଥିବା ରିପୋର୍ଟରୁ ଜଣାପଡ଼ିଛି। ଏଥିସହିତ ଫିଲ୍ମଟି ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୫୦ କୋଟି ଟଙ୍କା ସଂଗ୍ରହ କରିଛି ଓ ତିନି ଦିନରେ ଏହା ମୋଟ ସାରା ବିଶ୍ୱରେ ୩୦୦ କୋଟି ଟଙ୍କା ଅତିକ୍ରମ କରିଥିବା ରିପୋର୍ଟରୁ ଜଣାପଡ଼ିଛି।

ରଜନୀକାନ୍ତଙ୍କ ଫିଲ୍ମ କୁଲିକୁ ବର୍ତ୍ତମାନ୍ ହ୍ରିତିକ ଏବଂ ଏନଟିଆରଙ୍କ ଅଭିନୀତ ୱାର ୨ ସହିତ ମୁକାବିଲା କରିବାକୁ ପଡ଼ିଛି। ଏହି ଦୁଇଟି ଫିଲ୍ମ ଦୁଇ ଦିନରେ ୧୦୦ କୋଟି ଟଙ୍କା ଅତିକ୍ରମ କରିସାରିଥିବା ବେଳେ ଏହି ସପ୍ତାହ ର ଶେଷ ଆଡକୁ ଦୁଇ ଫିଲ୍ମ ମଧ୍ୟରେ କଡା ଟକ୍କର ହେବା ନେଇ ବିଶେଷଜ୍ଞ ମାନେ ମତ ଦେଉଛନ୍ତି। କୁଲି ଫିଲ୍ମକୁ ରଜନୀକାନ୍ତଙ୍କ ଷ୍ଟାରଡମ୍ ଏବଂ ତାମିଲନାଡୁରେ ତାଙ୍କର ଫ୍ୟାନ ଫୋଲୋଇଙ୍ଗ ଯୋଗୁ ସମର୍ଥନ ମିଳୁଥିବା ବେଳେ ୱାର ୨ ଫିଲ୍ମକୁ ଉତ୍ତର ଭାରତ ଏବଂ ବିଦେଶୀ ବଜାରରେ ଭଲ ସମର୍ଥନ ମିଳୁଥିବା ନଜର ଆସିଛି। ତେବେ ଆଗାମୀ ଦିନରେ ଦୁଇଟି ଫିଲ୍ମ ମଧ୍ୟରୁ କିଏ ବକ୍ସ ଅଫିସରେ ବାଜି ମାତ କରିବ ତାହା ଦେଖିବା ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ