Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ମହାନଦୀ କୂଳରେ ଥିବା ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ସ୍ଥିତ ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ଆଗରେ ଶନିବାର ଅଞ୍ଚଳର ବହୁ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର ତତ୍କାଳୀନ ସରକାରଙ୍କ ପକ୍ଷରୁ ପ୍ରାୟ ୪୮ କୋଟି ଟଙ୍କା ବ୍ୟୟରେ ଉକ୍ତ ପ୍ରକଳ୍ପ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ଲକ୍ଷ୍ୟରେ ନିର୍ମାଣ ହୋଇଥିଲା l ବର୍ତ୍ତମାନ ବର୍ଷା ନହେବାରୁ ଜମି ମାଟି ଫାଟି ଆ କଲାଣି। ଯାହା ଫଳରେ ମରୁଡି ଆଶଙ୍କା ରହିଛି । ଅନେକ ସ୍ଥାନରେ ପାଣି ଅଭାବରୁ ଚାଷ କାମ ଆଗେଇ ପାରୁନଥିବା ବେଳେ ତଳି ମରିବାକୁ ବସିଲାଣି । ଏନେଇ ସୁବଳୟା , ନୁଆଁପଡl , କେଲଗାଁ , ଏକତାଳ , ଗୋଧନେଶ୍ୱର , କେଉଁଟିପାଲ ିଙ୍ଗୁରି, ଗୋବିନ୍ଦପୁର , ବଡ ଖମାର , ଚନ୍ଦଲି ଏବଂ ବାସୁଦେବପୁର ବ‌ହୁଚାଷୀ ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଫାଟକ ଠାରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ରେ ବସିଥିଲେ । ଏହି ପ୍ରକଳ୍ପରୁ ମୋଟ ୧୭୮୮.୯୩୩ ହେକ୍ଟର ଚାଷଜମି କୁ ଜଳଯୋଗାଣ ହୋଇପାରିବା ଆକଲଣ ରହିଛି। ପ୍ରଶାସନିକ ଅବହେଳା ଓ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଏହି ପ୍ରକଳ୍ପ ବନ୍ଦ ରହିଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀଙ୍କ ଉଦ୍ୟେଶ୍ୟରେ ତୁରନ୍ତ ଚାଷଜମିକୁ ଜଳ ଯୋଗାଣ ନିମନ୍ତେ ଏକ ଦାବିପତ୍ର କାର୍ଯ୍ୟରତ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି। ତୁରନ୍ତ ଚାଷଜମିକୁ ଜଳ ଯୋଗାଣ ନହେଲେ ଆନ୍ଦୋଳନର ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ