Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବଳ ବର୍ଷାରେ ଫସିଲା ମୋନୋରେଲ

ମୁମ୍ବାଇ: ମୁମ୍ବାଇରେ ମଙ୍ଗଳବାର ଦିନ ସନ୍ଧ୍ୟା ୬:୧୫ ସମୟରେ ବର୍ଷାରେ ବିଦ୍ୟୁତ୍ ବିଭ୍ରାଟଯୋଗୁଁ ଉଚ୍ଚ ଟ୍ରାକରେ ଚାଲୁଥିବା ଦୁଇଟି ମୋନୋରେଲ ବନ୍ଦ ହୋଇଯାଇଥିଲା। ଯେଉଁଥିରେ ପ୍ରାୟ ୭୮୨ ଜଣ ଠାରୁ ଅଧିକ ଯାତ୍ରୀ ଥିବା ଜଣାପଡ଼ିଥିଲା।

ତେବେ ଏସି ଫେଲ ହେବା ଯୋଗୁଁ ୧୫ ଜଣ ଯାତ୍ରୀଙ୍କର ଶ୍ୱାସରୁଦ୍ଧ ହେବା ଆରମ୍ଭ ହୋଇଯାଇଥିଲା ଓ ସେମାନଙ୍କ ମଧ୍ୟରୁ କେତେକ ବେହୋସ ମଧ୍ୟ ହୋଇଯାଇଥିଲେ।
ତେବେ ଏକ ମୋନୋରେଲରେ ସ୍ନୋର୍କେଲ ସିଡି ଲଗାଇ ୫୮୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏଥିପାଇଁ ଝରକାର କାଚ ଭାଙ୍ଗିବାକୁ ପଡିଥିଲା। ଅନ୍ୟ ମୋନୋରେଲକୁ ନିକଟସ୍ଥ ଷ୍ଟେସନକୁ ନିଆଯାଇ ୨୦୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଯାତ୍ରୀମାନେ ପ୍ରାୟ ଦୁଇ ଘଣ୍ଟା ଧରି ସେଠାରେ ଫସି ରହିଥିବା ସୂଚନା ମିଳିଛି।

ତେବେ ଗତ ଏକ ସପ୍ତାହରୁ ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଲଗାତାର ବର୍ଷା ହେବାରେ ଲାଗିଛି।ଯାହାଫଳରେ ମଙ୍ଗଳବାର ମୁମ୍ବାଇର ଅନେକ ଅଞ୍ଚଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା।ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ପାଞ୍ଚ ଦିନରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ରୁ ଜଣା ପଡ଼ିଛି।ଏଥିସହିତ ବାଦଲ ଫାଟିବା ଯୋଗୁଁ ନାନ୍ଦେଡ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ୮ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ