Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଜଲି ଏଲଏଲବି ୩’ ପାଇଁ ଆଇନ ଜାଲରେ ଅକ୍ଷୟ କୁମାର ଏବଂ ଅରଶଦ ୱାରସୀ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବଂ ଅରଶଦ ୱାରସୀ ଅଭିନୀତ ଫିଲ୍ମ ଜଲି ଏଲଏଲବି ୩ର ଟିଜର କିଛି ଦିନ ତଳେ ରିଲିଜ ହୋଇଥିଲା। କୋର୍ଟ ରୁମ୍ ଡ୍ରାମା ବିଶିଷ୍ଟ ଏହି ଫିଲ୍ମ ଟି ରିଲିଜ୍ ପୂର୍ବରୁ ହିଁ ଆଇନଗତ ମାମଲାରେ ଫସିଯାଇଥିବା ନଜର ଆସିଛି।

ତେବେ ପୁଣେର କୋର୍ଟରେ ସିନେମାର ନିର୍ମାତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଛି। ତେବେ ଫିଲ୍ମର ଟିଜରରେ ଅକ୍ଷୟ କୁମାର ଏବଂ ଅରଶଦ ୱାରସୀଙ୍କ ସହିତ ସିନେମାରେ ଜଜ୍ ସୁନ୍ଦର ଲାଲ୍ ତ୍ରିପାଠି ଭୂମିକାରେ ଅଭିନୟ କରୁଥିବା ଅଭିନେତା ସୌରଭ ଶୁକ୍ଳାଙ୍କ ଏକ ଝଲକ ଦେଖିବାକୁ ମିଳିଥିଲା। ଟିଜରରେ ଅରଶଦ ଏବଂ ଅକ୍ଷୟ ଜଜ୍ ସାହେବ ମାମୁ ଭାବରେ ସମ୍ବୋଧନ କରୁଥିବାର ଦେଖାଯାଇଥିଲା।ଯାହାକୁ ନେଇ ପୁଣେର ୱାଜିଦ୍ ଖାନ ଏବଂ ଗଣେଶ ମାସ୍କେ କୋର୍ଟରେ ଏକ ଅଭିଯୋଗ ଦାଖଲ କରି କହିଛନ୍ତି ଯେ ଫିଲ୍ମର ନିର୍ମାତାମାନେ ଏଥିରେ ଆଇନଗତ ବୃତ୍ତିକୁ ମଜାଳିଆ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ଏଥିସହିତ କୋର୍ଟ ରୁମର ମର୍ଯ୍ୟାଦାକୁ ଭୁଲ ଭାବରେ ଉପସ୍ଥାପନ କରାଯାଇଥିବା ମଧ୍ୟ କୁହାଯାଇଛି।ତେବେ ଜଣେ ଓକିଲ କିପରି ଅଦାଲତ ଭିତରେ ଜଣେ ବିଚାରପତିଙ୍କୁ ମାମୁ ବୋଲି କହିପାରିବେ ବୋଲି ପ୍ରଶ୍ନ କରାଯାଇଛି।

ଆଇନ କ୍ଷେତ୍ରରେ ଓକିଲାତି ଏକ ସମ୍ମାନଜନକ ବୃତ୍ତି ଓ ଏପରି ପରିହାସ କରି ଏହାର ମର୍ଯ୍ୟାଦାକୁ ଅପମାନ କରିବା ଅନୁଚିତ୍ ବୋଲି କୁହାଯାଇଛି। ଏଥିପାଇଁ ଫିଲ୍ମର ଅଭିନେତା ଏବଂ ପ୍ରଯୋଜକ ମାନଙ୍କୁ ସମନ ମଧ୍ୟ ପଠାଯାଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖରେ ଏହାକୁ ନେଇ ଶୁଣାଣି କରାଯିବାକୁ ଧାର୍ଯ୍ୟ କରାଯାଇଛି।ଏହି ସମୟରେ ନିର୍ମାତାମାନଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଫିଲ୍ମର ଟିଜର ରିଲିଜ ହୋଇସାରିବା ପରେ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ତେବେ ଏହା ୧୯ ସେପ୍ଟେମ୍ବରରେ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଥିବା ରିପୋର୍ଟରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ