ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ କଲେ ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଗୁରୁବାର ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସୁରେନ୍ଦ୍ର ମେହେର , ଉପଜିଲ୍ଲାପାଳ ବୀରମହାରାଜପୁର ମୁଖ୍ୟ ଅତିଥି , ଦୀନବନ୍ଧୁ ମେହେର , ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତଥା ପ୍ରାକ୍ତନ ଅଧ୍ୟକ୍ଷ , ବୀରମହାରାଜପୁର ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କ ଉଦ୍ୟମ , ତ୍ୟାଗ ଓ ଆଦର୍ଶ କୁ ସମ୍ମାନ ଜଣାଇବା ପାଇଁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଏ ବୋଲି ମତ ରଖିଥିଲେ।ଏହି ଅବସରରେ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ନବୀନ ଚନ୍ଦ୍ର ଦାସ , ଗୋକୁଳ ଭୋଇଙ୍କୁ ଏବଂ ସ୍ବେଛାସେବୀ ଭାବେ ସଂଗଠନ ର ବରିଷ୍ଠ ସଦସ୍ୟ ଚମରା ମହାକୁର ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବାବେଳେ ଉପ ସଭାପତି ସୌମିତ୍ରି ମେହେର ସ୍ବାଗତ ଭାଷଣ ଦେଇଥିଲେ I ଶେଷରେ କୋଷାଧ୍ୟକ୍ଷ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ବରିଷ୍ଠ ସଭ୍ୟ ବାସୁଦେବ ପଣ୍ଡl , ଭୂଷଣ କୁମାର ପାତ୍ର , ଦିଲ୍ଲିପ ମିଶ୍ର , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , ଶ୍ୟାମସୁନ୍ଦର ସେଠୀ ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ସୁରୁ ସାହୁ, ନାରାୟଣ ପ୍ରସାଦ ନାୟକ, ଜୟଦେବ ସାହୁ, ରବି ନାରାୟଣ ବେହେରା , ସତ୍ୟ ଦାଶ , ରାଧେଶ୍ୟାମ ପୁରୋହିତ , ଅକ୍ରୃର ଚରଣ ଦନ୍ତା, ଜ୍ଞାନେନ୍ଦ୍ର ତ୍ରିପାଠୀ, ଅକ୍ଷୟ ମିଶ୍ର , ଶ୍ୟାମସୁନ୍ଦର ସେଠୀ , ବଳରାମ କାଣ୍ଡ , ଜମ୍ବେଶ୍ଵର ପ୍ରଧାନ , ପୀତବାସ ପଣ୍ଡା , ସୁଦାମ ସେଠୀ ପ୍ରମୁଖ ଅନୁଷ୍ଠାନର ସଦସ୍ୟ ଅଂଶଗ୍ରହଣ କରିଥିଲେ।