Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବେ ଆରମ୍ଭ ହେବ ଗଗନୟାନ ମିଶନ…

ନୂଆଦିଲ୍ଲୀ: ପ୍ରଥମ ଗଗନୟାନ ମିଶନ ଡିସେମ୍ବରରେ ଆରମ୍ଭ ହେବା ନେଇ ଇସ୍ରୋ ମୁଖ୍ୟ ଭି. ନାରାୟଣନ ଗୁରୁବାର ଦିନ ସୂଚନା ଦେଇଛନ୍ତି। ତେବେ ଏହା ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନୟାନ ୨୦୨୫ର ଏକ ଅଂଶ ବୋଲି ମଧ୍ୟ ସେ କହିଥିଲେ।

ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏବଂ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଏବଂ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବି. ନାୟାର ମଧ୍ୟ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ। ଏହି ମିଶନର ପ୍ରତ୍ୟେକ ସ୍ତରରେ ଦୃତ ଗତିରେ କାମ ଚାଲିଥିବା ନେଇ ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ଏ ପର୍ଯ୍ୟନ୍ତ ଆମେ ୮୦ ପ୍ରତିଶତ କାମ ସମାପ୍ତ କରିସାରିଛୁ ଓ ବାକି ୨୦ ପ୍ରତିଶତ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସମାପ୍ତ ହୋଇଯିବାର ସମ୍ଭାବନା ରହିଛି।

ତେବେ ଭାରତର ‘ଗଗନୟାନ’ ମିଶନର କ୍ରୁ ସଦସ୍ୟ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବି ନାୟାର କହିଛନ୍ତି ଯେ ଆଉ କିଛି ମାସ ପରେ ଦୀପାବଳି ଆସୁଅଛି। ଏହି ସମୟରେ ଭଗବାନ ରାମ ଅଯୋଧ୍ୟାରେ ପ୍ରବେଶ କରିଥିଲେ। ସେ ଏହି ମିଶନରେ ନିଜକୁ ଲକ୍ଷ୍ମଣ ଭାବରେ ପରିଚୟ ଦେଇ କହିଥିଲେ ଯେ ମୁଁ ଶୁକ୍ଳାଙ୍କ ଠାରୁ ବଡ଼ ହେଲେ ମଧ୍ୟ ଜୀବନରେ ଥରେ ଏହି ରାମଙ୍କ ଲକ୍ଷ୍ମଣ ହେବାକୁ ଚାହିଁବି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ