Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ନ ହେବାରୁ ଜନ ଅସନ୍ତୋଷ ବୃଦ୍ଧି

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ର ସର୍ବପୁରାତନ ସହର ସୁବଳୟା । ଗଡ଼ଜାତ ଅମଳ ରୁ ଏହା ଏକ ବୃହତ୍ ଜନବହୁଳ ତଥା ବ୍ୟବସାୟିକ ପେଣ୍ଠ ସ୍ଥଳୀ ଅଟେ। ଗଡ଼ଜାତ ଅମଳ ରେ ଏହା ଏକ ପୌରପାଳିକା ର ମାନ୍ୟତା ଲାଭ କରିଥିଲା ଓ ୧୯୫୨ ମହିସା ପର୍ଯ୍ୟନ୍ତ ପୌରପାଳିକା କାର୍ଯ୍ୟକ୍ଷମ ଥିଲା । ହେଲେ ରାଜ୍ୟ ସରକାର ୧୨ ଗୋଟି ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିଲେ ମଧ୍ୟ ସେଥିରେ ସୁବଳୟା ର ନାମ ନାହିଁ । ଫଳରେ ସୁବଳୟା ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବୀ କରି ମଙ୍ଗଳବାର ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହରିହର ସାହୁ ଙ୍କ ସଭାପତିତ୍ୱ ରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସମସ୍ତେ ଏକମତ ହୋଇ ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ସରକାରଙ୍କ ଠାରେ ଦାବୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପୂର୍ବରୁ ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷ ରୁ ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦାବିରେ ରାସ୍ତାରୋକ , ଜନଆନ୍ଦୋଳନ ସହ ଉଚ୍ଚ ନ୍ୟାୟାଳୟ ର ମଧ୍ୟ ଆଶ୍ରୟ ନିଆ ଯାଇଥିଲା। ଏ ଅଞ୍ଚଳ ର ଜନସଂଖ୍ୟା ର ଘନତ୍ଵ ତଥା ଅଞ୍ଚଳ ବାସି ଙ୍କ ନ୍ୟାର୍ଯ ଦାବି କୁ ଉପଲବ୍ଧି କରି ପୂର୍ବ ସରକାର ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିଥିଲେ। ହେଲେ ବର୍ତମାନ ର ସରକାର ସୁବଳୟା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିନଥିଲେ । ଆଜିର ଏହି ବୈଠକରେ ସଭାପତି ସଦାନନ୍ଦ ମହାନନ୍ଦ , ସମ୍ପାଦକ ଧୁବଇ ମେହେର , ଯଦୁମଣି ମେହେର , ଶଙ୍କର ପ୍ରଧାନ କୋଷାଧ୍ୟକ୍ଷ ହୃଷୀକେଶ ମେହେର , ଗୋପାଳ ବେହେରା, ଅଜାମ୍ବିଲ ସିଂ, ଟୁନା ଅଧିକାରୀ , ସେନାପତି ସିଂ, ଟୁନା ମେହେର , ଯୋଗିନ୍ଦ୍ର ମେହେର , ଜୟାନନ୍ଦ ରଥ , ଶିବ ପ୍ରସାଦ ମେହେର ପ୍ରମୁଖ ଯୋଗଦେଇ ସୁବଳୟା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରିବାକୁ ଦାବି କରିଛନ୍ତି । ଆଗକୁ ଘୋଷିତ ହେବାକୁ ଥିବା ବାକି ୯ ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ମଧ୍ୟରେ ରେ ସୁବଳୟା କୁ ସାମିଲ କରନ୍ତୁ। ଯଦି ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ତାହେଲେ ଏ ଅଞ୍ଚଳ ରେ ଆଗକୁ ବିରାଟ ଜନ ଆନ୍ଦୋଳନ ର ରୂପ ନେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇ ଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ