ବୀରମହାରାଜପୁର ମହା ବିଦ୍ୟାଳୟ ରେ ଜାତୀୟ ମହାକାଶ ଦିବସ ପାଳିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆଳି ଜାତୀୟ ମହାକାଶ ଦିବସ ପାଳନ କରାଯାଇଛି | ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗ ଦେଇ, ମହାକାଶ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ | ଇଂରାଜୀ ପ୍ରଧ୍ୟାପିକା ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜୀବନରେ ବିଜ୍ଞାନର ଗୁରୁତ୍ଵ ଓ ମହାକାଶ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ |ପଦାର୍ଥ ବିଜ୍ଞାନ ବିଭାଗମୁଖ୍ୟ ସୁପ୍ରଭା ନନ୍ଦ , ଅଧ୍ୟାପକ ସିଦ୍ଧେଶ୍ୱର ତ୍ରିପାଠୀ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଡ ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା, ବଳରାମ ଶତପଥୀ ପ୍ରମୁଖ ମଞ୍ଚାସିନ ଅତିଥି ଭାବରେ ଯୋଗଦେଇ ମହାକାଶ ଦିବସ ଓ ମହାକାଶ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ | ଛାତ୍ରୀ ସୁମନ ସାହୁ , ସାନିଆ ଶେଖ୍ ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ କ୍ରୀଷ୍ଣା କର୍ମୀ ଧନ୍ୟବାଦ୍ ଅର୍ପଣ କରିଥିଲେ | ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଛାତ୍ରୀ ସୁମନ ସାହୁ, ସାନିଆ ଶେଖ୍ , କ୍ରୀଷ୍ଣା କର୍ମୀ ବକ୍ତବ୍ୟ ରଖିଥିଲେ | ଏହି ଅବସରରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷା କର୍ମଚାରୀ , ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |