ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଶନିବାର ପୂର୍ବାହ୍ନ ୧୧ଘଣ୍ଟା ସମୟରେ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରି ଉପସ୍ଥିତ ସମସ୍ତ ସଦସ୍ୟ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପରେ ପରେ ଏକ ସାଧାରଣ ସଭାରେ ତାଙ୍କର ସ୍ମୃତି ଚାରଣ କରା ଯାଇଥିଲା । ଏଥିରେ ସଂଗଠନ ର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର , ଗୋପୀନାଥ ମହାକୁର , ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡl , ଉପ ସଭାପତି ସୌମିତ୍ରୀ ମେହେର , ରାମକୃଷ୍ଣ ହୋତା , ସୁରୁ ସାହୁ , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , କୋଷାଧକ୍ଷ ଦୟାନିଧି ହୋତା ଏବଂ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ପ୍ରମୁଖ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ବିତାଇଥିବା ସମୟ ଓ ସ୍ମୃତିକୁ ପରିପ୍ରକାଶ କରିଥିଲେ। ଶୋକସଭାରେ ଶ୍ୟାମସୁନ୍ଦର ସେଠୀ , ଚମରା ମହାକୁର , ଅକ୍ଷୟ କୁମାର ମିଶ୍ର , ବଳରାମ କାଣ୍ଡ , ଅକ୍ରୂର ଚରଣ ଦନ୍ତା , ଦିଲ୍ଲିପ ମିଶ୍ର , ଦିଲ୍ଲିପ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
ଅବସର ପ୍ରାପ୍ତ ହାଇ ସ୍କୁଲ ଶିକ୍ଷକ ସ୍ଵର୍ଗତ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଙ୍କ ବିୟୋଗରେ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଶୋକ ସଭା
