ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ବିଧାୟକ ଙ୍କୁ ସମ୍ବର୍ଦ୍ଧନା


ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନ ପକ୍ଷରୁ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ବିଶ୍ବ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ସଭାରେ ଶ୍ରୀ ଜଗଦଲାଙ୍କୁ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରଣ କରାଯାଇଥିଲା । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ କୃଷ୍ଣଚନ୍ଦ୍ର ପାଢୀ ମଞ୍ଚାସୀନ ଥିଲେ । ଅନୁଷ୍ଠାନ ତରଫରୁ ମାନ୍ୟବର ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ପରେ ଅକ୍ଷୟ କୁମାର ମିଶ୍ର, ଦୟାନିଧି ହୋତା ଓ ଭୂଷଣ କୁମାର ପାତ୍ର ପ୍ରମୁଖ ଅନୁଷ୍ଠାନ ର କାର୍ଯ୍ୟକଳାପ ସଂପର୍କରେ ଅବଗତ କରାଇ ଥିଲେ । କାର୍ଯ୍ୟାଳୟକୁ ଲାଗି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭଙ୍ଗା ଗୃହର ରକ୍ଷଣାବେକ୍ଷଣ ପାଇଁ ମାନ୍ୟବର ବିଧାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାକୁ ଅଗ୍ରାଧିକାର ଭିତ୍ତିରେ ପୁନଃ ସଂସ୍ଥାପନ କରିବାକୁ ବିଧାୟକ ଶ୍ରୀ ଜଗଦଲା ପ୍ରତିଶ୍ରୁତି ଦେଇଥିଲେ । ବୈଠକରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ସୁଦାମ ସେଠୀ ,ସୁରୁ ସାହୁ , ବିଜୟ ମହାକୁର , ଜମ୍ବେଶ୍ଵର ପ୍ରଧାନ, କୃଷ୍ଣଚନ୍ଦ୍ର ମଲ୍ଲିକ,ଚମରା ମହାକୁର, ଜିଲା ବିଜେପି ସଭାପତି ବେଣୁଧର ଦାଶ , ସାଂସଦ ପ୍ରତିନିଧି ନଳିନୀ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଉଷା କୁମାରୀ , ସତ୍ୟବ୍ରତ ମିଶ୍ର , ସୁମନ୍ତ ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ।