ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ଆଜି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ତରଫରୁ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପିକା ଗୀତାଞ୍ଜଳି ପୂଜାରୀ ମୁଖ୍ୟ ଅତିଥି, ଅଧ୍ୟାପିକା ସୁପ୍ରଭା ନନ୍ଦ ସମ୍ମାନିତ ଅତିଥି ଓ ଡ଼. ବନ୍ଦିତା ବିଶ୍ୱାଳ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ I ଝିଅମାନଙ୍କ ପାଇଁ ନିରାପତ୍ତା ଓ ସୁସ୍ଥ ପରିବେଶ ନିର୍ମାଣ ଶକ୍ତିଶ୍ରୀ ଯୋଜନାର ମୂଳ ଲକ୍ଷ୍ୟ I ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତିକରଣ କରିବା ଦିଗରେ ଏହା କାର୍ଯ୍ୟ କରିବ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ I ନିମନ୍ତ୍ରିତ ଅତିଥିମାନଙ୍କ ବ୍ୟତୀତ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ଡ଼. ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା ମତ ଓ ମନ୍ତବ୍ୟ ପ୍ରଦାନ କରିଥିଲେ I ଶକ୍ତିଶ୍ରୀ ସଂଯୋଜିକା ହରପ୍ରିୟା ମହାପାତ୍ର ସଭାର ଉଦେଶ୍ୟ ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ I ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମାଳତୀ ନାଏକ, ସୋନାଲି ମହାକୁର , ବିଦ୍ୟୁତ ପ୍ରଭା ରଥ ଓ ପୂଜାରାଣୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ I ଏହି ସଚେତନତା କାର୍ଯ୍ୟକ୍ରମରେ ଦୁଇଶହରୁ ଅଧିକ ଛାତ୍ରୀ ଉପସ୍ଥିତ ଥିଲେ I
ବୀରମହାରାଜପୁର କଲେଜ ରେ ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
