ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀମହାରାଜପୁର ବ୍ଲକ ଅର୍ନ୍ତଗତ ମୂର୍ଷୁଣ୍ଢୀ ମେଟାକାନି ଛକରେ ଦୁର୍ଘଟଣାରେ କ୍ଷୀର ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଫଳରେ ଚାଲକ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ସୂଚନା ଅନୁସାରେ ସୋମବାର ମିଲ୍କିମୁ କମ୍ପାନୀର ଟ୍ୟାଙ୍କର କ୍ଷୀର ନେଇ ହାତିବାରି ପ୍ଲାଣ୍ଟକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ମୁର୍ଷୁଣ୍ଢୀ ମେଟାକନି ମଣ୍ଡପକୁ ଧକ୍କା ଦେଇ ଓଲଟି ପଡ଼ିଥିଲା l ଫଳରେ ଚାଲକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୀର ନଷ୍ଟ ହୋଇଥିବା ସୂଚନା ମିଳିଛି l
କ୍ଷୀର ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଘଟି ଲକ୍ଷାଧିକ ଟଙ୍କା ମୂଲ୍ଯର କ୍ଷୀର ନଷ୍ଟ୍
