Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଡ ନ୍ୟୁଜ ଦେଲେ ପରିଣୀତି-ରାଘବ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଶେଷରେ ଖୁସି ଖବର ଦେଇଛନ୍ତି। ସମ୍ପ୍ରତି ସେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ତାଙ୍କ ଜୀବନ ସହିତ ଜଡିତ ଏକ ବଡ଼ ଖୁସି ଖବର ସେୟାର କରିଛନ୍ତି। ପରିଣୀତି ଚୋପ୍ରା ଗର୍ଭବତୀ ଥିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏବେ ସେମାନେ ଦୁଇରୁ ତିନି ହେବାକୁ ଯାଉଛନ୍ତି।

ପରିଣୀତି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ସ୍ୱତନ୍ତ୍ର କେକ୍ ଦେଖାଯାଉଛି। ଏହି କେକ୍ ଉପରେ ଛୋଟ ପାଦ ଚିହ୍ନ ଅଛି ଏବଂ ଏଥିରେ ଲେଖାଯାଇଛି ‘1+1=3’…। ଯଦିଓ ସେ ସିଧାସଳଖ ଶବ୍ଦରେ ଗର୍ଭଧାରଣ ବିଷୟରେ ଉଲ୍ଲେଖ କରି ନାହାଁନ୍ତି ତଥାପି ଏଥିରୁ ସ୍ପଷ୍ଟ ଯେ ସେ ଗର୍ଭବତୀ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ