ନୂଆଁଖାଇ ଭେଟ ଘାଟ ପାଇଁ ପ୍ରସ୍ତୁତି ବୈଠକ


ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ନୂଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇ ଯାଇଛି । ପ୍ରସ୍ତାବ କ୍ରମେ ଆସନ୍ତା ସେପ୍ଟେମ୍ବର ୩ ତାରିଖ ବୁଧବାର ଦିନ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ପାତାଳୀ ଶ୍ରୀକ୍ଷେତ୍ର ଠାରେ ଏହି ଭେଟ୍‌ଘାଟ୍ ପର୍ବ ଆୟୋଜନ କରାଯିବାକୁ ସ୍ଥିରୀକୃତ ହୋଇଛି । ସେଠାରେ ଶ୍ରୀଜୀଉମାନଙ୍କର ଦର୍ଶନ ସହିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚୀତ କରା ଯାଇଥିଲା ।ଏହି ବୈଠକରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ସହ ସଂପାଦକ ବଳରାମ କାଣ୍ଡ , ସଦସ୍ୟ ନାରାୟଣ ପ୍ରସାଦ ନାୟକ , ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡl , ବାସୁଦେବ ପଣ୍ଡା , ଚମରା ମହାକୁର , ସତ୍ୟ ନାରାୟଣ ନାୟକ , ଅକ୍ରୂର ଦନ୍ତା , ଗୋପୀନାଥ ମହାକୁର , କୃଷ୍ଣଚନ୍ଦ୍ର ପାଢୀ , ଦୟାନିଧି ହୋତl , ଜୀତେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l