Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଣ୍ଡା ମାଳ ଗ୍ରାମରେ ଯୁବକକୁ ନିର୍ମମ ହତ୍ୟା ; ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମେଣ୍ଡlମାଲ ଗ୍ରାମରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନା ରେ ଚିକିତ୍ସତ ଥିବାର ଜଣାପଡ଼ିଛି l ପ୍ରକାଶ ଯେ ଶୁକ୍ରବାର ରାତି ପ୍ରାୟ ୧୦ଘଣ୍ଟା ସମୟରେ ବାଘମାରି ଗ୍ରାମର ଅଜିତ୍ ଖଣ୍ଡଗିରୀ (୩୫) ବର୍ଷ ଓ ତାଙ୍କ ସାଙ୍ଗ ସୂର୍ଯ୍ୟ ପଧାନ (ଚମ୍ପାମାଳ ଗ୍ରାମର) ମେଣ୍ଡାମାଲ ଗ୍ରାମକୁ ଯାଇଥିଲେ l ମାତ୍ର ହଠାତ୍ ମେଣ୍ଡାମାଲ୍ ଗାଆଁ ମୁଣ୍ଡ ଶିବମନ୍ଦିର ସାମନା ରେ ତାଙ୍କୁ କିଛି ଲୋକେ ହଠାତ୍ ମରଣାନ୍ତକ ଆକ୍ରମଣ କରି ଥିଲେ, ଫଳରେ ଘଟଣସ୍ଥଳରେ ଅଜିତ ଖଣ୍ଡଗିରୀ ଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ l ଖବରପାଇ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ଜବତ କରିବା ସହ ଗୁରୁତରଙ୍କୁ ପ୍ରଥମେ ବୀରମହାରାଜପୁର ଡାକ୍ତରଖାନା ରେ ଚିକିତ୍ସା କରଯାଇଥିଲା, ମାତ୍ର ସ୍ଵାସ୍ଥ୍ୟବସ୍ଥା ଗୁରୂତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଯାଇଥିଲା l ହେଲେ କେଉଁ କାରଣରୁ ଅଜିତ୍ କୁ ହତ୍ୟା କରାଯାଇଥିଲା ଓ କିଏ ହତ୍ୟା କଲା ତାହା ଜଣାପଡିନାହିଁ କି ପୋଲିସ ତରଫ ରୁ କାହାକୁ ଗିରଫ କରାଯାଇନାହିଁ l ଶନିବାର ମୃତକ ଙ୍କ ବୀରମହାରାଜପୁର ସ୍ଵାସ୍ଥ୍ୟ କେନ୍ଦ୍ର ରେ ଶବ ବ୍ୟବଚ୍ଛେଦ କରାଯାଇ ଶବକୁ ତାଙ୍କ ପରିବାବର୍ଗକୁ ହସ୍ତାନ୍ତର କରଯାଇଥିଲା l ତେବେ ସନ୍ଧନୀ କୁକୁର ମେଣ୍ଡlମାଳ ଗ୍ରାମର ଘଟଣା ସ୍ଥଳ କୁ ଆସି ତଦନ୍ତ ଚାଲିଥିଲା, ମାତ୍ର ହତ୍ୟା ଘଟଣା ରେ ହତ୍ୟା କାରୀ ମାନେ ହତ୍ୟା ଘଟାଇ ଫେରାର ମାରିଥିବାରୁ ସେମାନଙ୍କୁ ପୋଲିସ ଓ ସନ୍ଧାନି କୁକୁର ଧରିବାରେ ବିଫଳ ହୋଇଥିଲେ l କିନ୍ତୁ ପୋଲିସ ଜଣକୁ ଧରି ପଚରା ଉଚୁରା ଜାରି ରଖିଛନ୍ତି, କିନ୍ତୁ ତାଙ୍କ ଠାରୁ ଏହି ହତ୍ୟା କାଣ୍ଡ ର କୌଣସି ଆଭାସ ବା ସନ୍ତୋଷ ଜନକ ଉତ୍ତର ପୋଲିସ ପାଇ ପlରିନାହି l ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ସ୍ୱତନ୍ତ୍ର ପୋଲିସ ଟିମ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୁବ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି l ଘଟଣା ସମ୍ପର୍କରେ ବୀରମହାରାଜପୁର ପୋଲିସ୍ ଏକ ହତ୍ୟା ମାମଲା କେଶ୍ ନଂ _୧୯୧/୨୫ ରୁଜୁ କରି ତଦନ୍ତ ଚଳାଇ ଥିବା ବୀରମହାରାଜପୁର ପୋଲିସ୍ କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ