Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକା ଟାରିଫ୍‌ ଓ୍ବାର ମଧ୍ୟରେ ପୁଟିନଙ୍କ ଭାରତକୁ ଉପହାର; ଅଶୋଧିତ ତୈଳ ଉପରେ ଅଧିକ ରିହାତି

ଭାରତ-ରୁଷ ସମ୍ପର୍କକୁ ନେଇ ପୁଣି ଚର୍ଚ୍ଚା । ରୁଷରୁ ଶସ୍ତା ତେଲ ଏବଂ S-400 ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପାଇଁ ଏକ ନୂଆ ଡିଲ୍‌ର ଖବର ସାମ୍ନାକୁ ଆସିଛି । ତେବେ ଏସବୁ ସେତେବେଳେ ଘଟୁଛି ଯେତେବେଳେ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲଗାଇଛି । କାରଣ ଭାରତ ରୁଷରୁ ତେଲ ଏବଂ ଅସ୍ତ୍ରଶସ୍ତ୍ର କିଣୁଛି । SCO ଶିଖର ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ ପରେ ଏବେ ଏହି ଖବର ସାମ୍ନାକୁ ଆସିଛି।

ସମାଚାର ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ରୁଷ ଭାରତକୁ ଶସ୍ତା ମୂଲ୍ୟରେ ତେଲ ଦେଉଛି । ଚର୍ଚ୍ଚା ହେଉଛି କି ରୁଷର ୟୁରାଲ ଅଶୋଧିତ ତେଲ ଏବେ ବ୍ରେଣ୍ଟ ଅଶୋଧିତ ତେଲ ଅପେକ୍ଷା ୩-୪ ଡଲାର ଶସ୍ତା । ଏହି ରିହାତି ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଲୋଡ୍ ହେବାକୁ ଥିବା ତେଲ ପାଇଁ । ପୂର୍ବରୁ ଏହି ରିହାତି ୨.୫୦ ଡଲାର ଥିଲା । ଜୁଲାଇରେ ଏହା କେବଳ ୧ ଡଲାର ରହିଥିଲା । ସେପ୍ଟେମ୍ବରରେ ରୁଷରୁ ଭାରତକୁ ତୈଳ ଯୋଗାଣ ୧୦-୨୦% ବୃଦ୍ଧି ପାଇପାରେ । ଅର୍ଥାତ୍ ପ୍ରତିଦିନ ୧.୫ରୁ ୩ ଲକ୍ଷ ବ୍ୟାରେଲ ଅଧିକ ତେଲ ଆସିବ।

 ରୁଷରୁ ଶସ୍ତା ତେଲ ଆଣିବା କେତେ ଲାଭ ଏବଂ କେତେ କ୍ଷତି? ବାସ୍ତବରେ ଶସ୍ତା ତେଲ ଭାରତ ପାଇଁ ଏକ ବଡ଼ ଲାଭ। ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ। ଶସ୍ତା ତେଲ ଅର୍ଥ କମ୍ ଖର୍ଚ୍ଚ, ଯାହା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିପାରିବ। କିନ୍ତୁ ଏହି ଚୁକ୍ତି ଆମେରିକାକୁ ପସନ୍ଦ ଆସିବ ନାହିଁ । ଏହା ମଧ୍ୟ ସେହି ସମୟରେ ଯେତେବେଳେ ସେ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇସାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷରୁ ଶସ୍ତା ତେଲ କିଣି ପୁଟିନଙ୍କୁ ତାଙ୍କ ଯୁଦ୍ଧରେ ସାହାଯ୍ୟ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ