Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ତଥା ସଂସ୍କୃତ ବିଭାଗର ପ୍ରାଧ୍ୟାପକ ରମାକାନ୍ତ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ କଳିଙ୍ଗା ମହାବିଦ୍ୟାଳୟ ଜି. ଉଦୟଗିରିର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ନିରଞ୍ଜନ ପାଣ୍ଡିଆ ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରକୃତି କବିଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କର ବିଭିନ୍ନ ସାହିତ୍ୟକୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ଵାରା ପ୍ରାରମ୍ଭିକ ତଥା ଉଦଯାପନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ସଭାକୁ ସାଂସ୍କୃତିକ ସଂସଦର ଉପସଭାପତି ତଥା ଅର୍ଥନୀତି ବିଭାଗର ଅଧ୍ୟାପକ ଦେବାଶିଷ ପ୍ରଧାନ ସଂଯୋଜନା କରିଥିବାବେଳେ ଓଡ଼ିଆ ବିଭାଗର ଅଧ୍ୟାପକ ବିଶ୍ବରଂଜନ ସାହୁ ଓଡ଼ିଆ ସାହିତ୍ୟରେ ଗଙ୍ଗାଧରଙ୍କର ଅସ୍ମିତା ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷ ଶ୍ରୀପୁରୋହିତ ତାଙ୍କ ବକ୍ତବ୍ୟରେ ସ୍ଵଭାବକବିଙ୍କ ସ୍ଵାଭାବିକତା ଓ ପ୍ରକୃତି ଚିତ୍ରଣ ଉପରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଅର୍ପିତା ନାୟକ ସବ୍‌ନମ୍‌ଶ୍ରୀ ସାହୁ ଅଧ୍ୟାପକ ସଞ୍ଜୟ କୁମାର ମେଣ୍ଡିଲୀ, ଓଁକୁମାର ପ୍ରଧାନ ଯୋଗ ଦେଇଥିଲେ। କଲେଜର କର୍ମଚାରୀ ଗୋପାଳ ଭୋଇ , ଦିଲ୍ଲୀପ କୁମାର ମେହେର , ଚନ୍ଦନ ମେହେର, ଶମ୍ଭୁ ପ୍ରସାଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।